ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଦଳକୁ ଝଟକା

ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଦଳକୁ ଝଟକା

ନ୍ୟୁଜିଲାଣ୍ଡ ବିରୋଧରେ ମୂଳପୋଛ ପରାଜୟ ପରେ, ଏବେ ଅଷ୍ଟ୍ରେଲିଆ ମାଟିରେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତୀୟ ଦଳ ଯାହାକୁ  ଲାଗିଛି ବଡ ଝଟକା । ଗୋଟିଏ ପଟେ ପିତୃତ୍ୱ ଅବସରରେ ଥିବାରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟ ନଖେଳିବା ନେଇ ଖବର ଆସୁଥିବାବେଳେ, ଅନ୍ୟପଟେ ଦଳର ତାରକା ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବି ଆହତ ହେlଇଛନ୍ତି ଅଭ୍ୟାସ ମ୍ୟାଚରେ, ଯାହାକି ଏବେ ଭାରତୀୟ ଦଳ  ପାଇଁ ପାଲଟିଛି ଚିନ୍ତାର କାରଣ । ଗିଲଙ୍କ ଆଙ୍ଗୁଠି ଭାଙ୍ଗିଯିବା କାରଣରୁ ସେ ପ୍ରଥମ ଟେଷ୍ଟ ଖେଳି ନପାରନ୍ତି ବୋଲି ବଢିଛି ଚିନ୍ତା । ତେଣୁ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ମାତ୍ର ୧୧ ଖେଳାଳୀଙ୍କୁ ନେଇ କେମିତି ପଡିଆକୁ ଓହ୍ଲାଇବ ତାକୁ ନେଇ ବଢିଛି ଚର୍ଚ୍ଚା । ସେପଟେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ  ଦଳର ଅଧିନାୟକ ଭାର ସମ୍ଭାଳିବେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ।