ଟି-୨୦ ବିଶ୍ୱକପ୍‌: ସେମିରେ ଟିମ୍‌ ଇଣ୍ଡିଆ ,ଇତିହାସ ରଚିଲା ଆଫଗାନିସ୍ତାନ

Jun 25, 2024 - 11:28
 0  6
ଟି-୨୦ ବିଶ୍ୱକପ୍‌: ସେମିରେ ଟିମ୍‌ ଇଣ୍ଡିଆ ,ଇତିହାସ ରଚିଲା ଆଫଗାନିସ୍ତାନ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ଅପରାଜେୟ ରହିଛି ଭାରତୀୟ ଦଳ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ କରିଥିବାବେଳେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିବାକୁ ହୋଇଥିଲା ସକ୍ଷମ । ୨୦୦୭ରେ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ଭାରତ ୨୦୧୪ରେ ରନରଅପ୍‌ ହୋଇଥିଲା ଏବଂ ୨୦୧୬ ଓ ୨୦୨୨ରେ ସେମିଫାଇନାଲରୁ ନେଇଥିଲା ବିଦାୟ । ଏଥର ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ।  ୨୦୨୨ ସେମିଫାଇନାଲରେ ଭାରତ ୧୦ ଉଇକେଟରେ ଇଂଲଣ୍ଡଠାରୁ ହାରି ବିଦାୟ ନେଇଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତ ହାତରେ ଅଛି ସୁଯୋଗ ।ଅନ୍ୟପଟେ ଆଜି ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଆଫଗାନିସ୍ତାନ । ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ହରାଇବା ସହ ସେମିରେ ପ୍ରବେଶ କରିଛି ଦଳ । ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ଆଫଗାନିସ୍ତାନର ଏହି ବିଜୟ ସହ ସେମିରୁ ବାଦ୍ ପଡିଛି । ଏଥିସହ ଟି-୨୦ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହେଇଛି । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଭିତରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ ।

What's Your Reaction?

like

dislike

love

funny

angry

sad

wow