ଛତିଶା ନିଯୋଗ ବୈଠକରେ ଘୋଷଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Jun 25, 2024 - 11:18
 0  2
ଛତିଶା ନିଯୋଗ ବୈଠକରେ ଘୋଷଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ । ଆଜି ଛତିଶା ନିଯୋଗ ବୈଠକରେ ହୋଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ୫୩ବର୍ଷ ତଥା ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଏଥର ଦୁଇ ଦିନ ଧରି ହେବ ରଥଟଣା । ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଜୁଲାଇ ୭ତାରିଖ ଅପରାହ୍ନରେ ରଥଟାଣିବାକୁ ନିଷ୍ପତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ସେହିପରି ଏଥର ୧୫ ଦିନ ପରିବର୍ତେ ୧୩ ଦିନ ହେବ ଅଣସର ନୀତି । ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।

What's Your Reaction?

like

dislike

love

funny

angry

sad

wow