ରିଲିଜ୍ ହେଉ ହେଉ ଚର୍ଚ୍ଚାରେ ‘ଦି ପାରାଡାଇଜ୍’! ନାନିଙ୍କ ଫିଲ୍ମକୁ ମିଳିଲା ମିଶ୍ରିତ ରିଆକ୍ସନ୍

Sep 24, 2026 - 12:28
ରିଲିଜ୍ ହେଉ ହେଉ ଚର୍ଚ୍ଚାରେ ‘ଦି ପାରାଡାଇଜ୍’! ନାନିଙ୍କ ଫିଲ୍ମକୁ ମିଳିଲା ମିଶ୍ରିତ ରିଆକ୍ସନ୍

ବହୁ ପ୍ରତୀକ୍ଷିତ ନାନିଙ୍କ ଫିଲ୍ମ ‘ଦି ପାରାଡାଇଜ୍’ ଆଜି ରିଲିଜ୍ ହେବ । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଡ୍ରାମାକୁ ନେଇ ରିଲିଜ୍ ପୂର୍ବରୁ ରହିଥିଲା ଜବରଦସ୍ତ ହାଇପ୍ । ହେଲେ ଫିଲ୍ମ ରିଲିଜ୍ ପରେ ଦର୍ଶକଙ୍କ ମତାମତ ମିଶ୍ରିତ ରହିଛି । 

ବହୁ ପ୍ରତୀକ୍ଷିତ ନାନିଙ୍କ ଫିଲ୍ମ ‘ଦି ପାରାଡାଇଜ୍’ ଆଜି ରିଲିଜ୍ ହେବ । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଡ୍ରାମାକୁ ନେଇ ରିଲିଜ୍ ପୂର୍ବରୁ ରହିଥିଲା ଜବରଦସ୍ତ ହାଇପ୍ । ହେଲେ ଫିଲ୍ମ ରିଲିଜ୍ ପରେ ଦର୍ଶକଙ୍କ ମତାମତ ମିଶ୍ରିତ ରହିଛି ।  ଫିଲ୍ମରେ ନାନିଙ୍କ ଦମଦାର ପରଫର୍ମାନ୍ସ, ଆକ୍ସନ୍ ସିକ୍ୱେନ୍ସ, ଭିଜୁଆଲ୍ ଏବଂ ଅନିରୁଦ୍ଧ ରବିଚନ୍ଦ୍ରଙ୍କ ବ୍ୟାକଗ୍ରାଉଣ୍ଡ ସ୍କୋରକୁ କିଛି ଦର୍ଶକ ପ୍ରଶଂସା କରିଛନ୍ତି । ବିଶେଷକରି ଫିଲ୍ମର ଇଣ୍ଟରଭାଲ୍ ବ୍ଲକ୍‌କୁ ନେଇ ମଧ୍ୟ ପଜିଟିଭ୍ ରିଆକ୍ସନ୍ ଆସିଛି । 
କିନ୍ତୁ ଅନ୍ୟପଟେ ସ୍କ୍ରିନ୍‌ପ୍ଲେ, ଏଡିଟିଂ ଏବଂ ସେକେଣ୍ଡ ହାଫ୍‌କୁ ନେଇ ଅନେକ ଦର୍ଶକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କିଛି X ୟୁଜର ଫିଲ୍ମକୁ ଧୀର ଓ ଦିଗହୀନ ବୋଲି କହିଥିବା ବେଳେ, ଆଉ କିଛି ଲୋକ ସ୍କ୍ରିନ୍‌ପ୍ଲେ ଓ ନାରେସନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।  ତେବେ ‘ଦି ପାରାଡାଇଜ୍’କୁ ‘ଦଶରା’ ସହ ତୁଳନା କରି କିଛି ଦର୍ଶକ ନକାରାତ୍ମକ ମତ ମଧ୍ୟ ଦେଇଛନ୍ତି । ସୋସିଆଲ୍ ମିଡିଆରେ କେତେକ ପ୍ରତିକ୍ରିୟାରେ ଫିଲ୍ମକୁ ‘cringe fest’ ବୋଲି ଟ୍ରୋଲ୍ କରାଯାଇଥିବା ଦାବି ଆସିଛି । ହେଲେ ଏଗୁଡ଼ିକ ଏବେବି ପ୍ରାରମ୍ଭିକ ଦର୍ଶକ ପ୍ରତିକ୍ରିୟା; ସମସ୍ତ ଦର୍ଶକଙ୍କ ମତ ବୋଲି ଧରିବା ଠିକ୍ ହେବ ନାହିଁ । 

ଅନ୍ୟପଟେ, ସମୀକ୍ଷକଙ୍କ ରେଟିଂ ମଧ୍ୟ ଏକରକମ ନୁହେଁ । 123Telugu 2.75/5 ରେଟିଂ ଦେଇଥିବା ବେଳେ, India Today 2/5 ରେଟିଂ ଦେଇଛି ।  କାହାଣୀ ୧୯୮୦ ଦଶକର ସେକେନ୍ଦ୍ରାବାଦ୍‌କୁ ପୃଷ୍ଠଭୂମି କରି ଏକ ଅବହେଳିତ ସମୁଦାୟର ସଂଘର୍ଷ, ପରିଚୟ ଓ ଅଧିକାରକୁ ନେଇ ଆଗକୁ ବଢ଼ିଛି । ନାନିଙ୍କ ଚରିତ୍ର ଜଡଲ୍ ନିଜ ସମୁଦାୟ ପାଇଁ ଲଢ଼େ ।  ତେବେ ‘ଦି ପାରାଡାଇଜ୍’ ଦର୍ଶକଙ୍କ ମନରେ ପାରାଡାଇଜ୍ ତିଆରି କରିପାରିଲା କି ନାହିଁ, ନା ହାଇପ୍‌ରେ ରହିଗଲା ଫିଲ୍ମ ଏହା ଆଗାମୀ ଦିନର ଦର୍ଶକ ପ୍ରତିକ୍ରିୟା ଓ ବକ୍ସ ଅଫିସ୍ ଫଳାଫଳରୁ ଅଧିକ ସ୍ପଷ୍ଟ ହେବ । 

What's Your Reaction?

like

dislike

love

funny

angry

sad

wow