ଏଥର ଦୁଇଦିନ ହେବ ଗୁଣ୍ଡିଚା ଯାତ୍ରା, ୧୩ ଦିନ ହେବ ଅଣସର ନୀତି

ଚଳିତ ବର୍ଷ ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଜୁଲାଇ ୭ ତାରିଖରେ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି । ୧୫ ଦିନ ବଦଳରେ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଠାକୁର ନବଯୌବନ ହେବେ ସତ କିନ୍ତୁ ମିଳିବନି ଦର୍ଶନ । ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତିି ନିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା, ଯାହାକୁ ନେଇ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି ।ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଥିବାରୁ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଏଭଳି ସ୍ଥିତିରେ ଗୋଟିଏ ଦିନରେ ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ସେବାୟତ । ତେଣୁ ୧୯୭୧ ମସିହା ଆଧାରରେ ନୀତିକାନ୍ତି କରିବାକୁ କରାଯାଉଛି ଯୋଜନା ।
What's Your Reaction?






