କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା

Jun 15, 2024 - 12:35
 0  2
କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା

କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡିଆ ତିଗିରିଆର ମହମ୍ମଦ ଜହୁର ଓ ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡଙ୍କ ଶୋକ ସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ଦୁଇ ମୃତକଙ୍କ ମୃତଦେହ କେରଳରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଗାଁ ଅଭିମୁଖେ ଯାଇଛି । ତେବେ ଭୁବନେଶ୍ୱରରେ ସେମାନଙ୍କ ମୃତଦେହ ଆସି ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଦଳୀୟ ନେତାମାନେ ପହଞ୍ଚି ଦେଇଥିଲେ ଶ୍ରଦ୍ଧାଞ୍ଜଳି  ।

What's Your Reaction?

like

dislike

love

funny

angry

sad

wow