ଆଜି ପଞ୍ଚଭୂତରେ ବିଲୀନ ହେବେ ରାସେଶ୍ୱରୀ ପାଣିଗ୍ରାହୀ
ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ଚିକିତ୍ସାଧୀନ ଅବସ୍ଥାରେ କାଲି ରାତିରେ ତାଙ୍କର ହୋଇଛି ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୯ ବର୍ଷ ବୟସ। ସେ ସ୍ନାୟୁଜନିତ ରୋଗରେ ଥିଲେ ପୀଡ଼ିତ।ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ।୨୦୧୪ରେ ସମ୍ବଲପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସମ୍ୱଲପୁରରୁ ଜିତିଥିଲେ । ସମ୍ୱଲପୁରକୁ ଅବହେଳା ଅଭିଯୋଗ ଆଣି ରାଜନୀତିରୁ ନେଇଥିଲେ ସନ୍ନ୍ୟାସ। ୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ୟ୍ୟରେ ଥିଲେ ନିୟୋଜିତ ।ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ସେ ଦଶନ୍ଧି ଦଶନ୍ଧି ଧରି ବୁର୍ଲା ଭିମସାର ଓ ସମ୍ବଲପୁରରେ ଲୋକଙ୍କୁ ଯୋଗାଇଥିଲେ ଚିକିତ୍ସା ସେବା ।
What's Your Reaction?