ଛାଡପତ୍ର ରୋକିବାକୁ ବିଭିନ୍ନ ଯାଗାରେ ଖୋଲାଯିବ କାଉନସେଲିଂ ସେଣ୍ଟର

ଦିନକୁ ଦିନ ବଢୁଥିବା ବିବାହ ବିଚ୍ଛେଦ ସଂଖ୍ୟାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍ରେ କରାଯିବ କାଉନସେଲିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ଖୋଲାଯିବ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର । ମାନସିକ ସ୍ଵାସ୍ଥ୍ୟ କୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହ କୁ ସଠିକ୍ ଭାବରେ ବୁଝିବା ପାଇଁ କାର୍ଯ୍ୟ କରିବ ଏହି କେନ୍ଦ୍ର। ମଦରସ କୋର୍ଟ କିମ୍ବା ମା ର ଛାଟ ନାମରେ ଏହାକୁ କରାଯିବ ନାମିତ। ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
What's Your Reaction?






