ଆଗକୁ ଅଗ୍ରସର ମୌସୁମୀ, ୧୭ରୁ ବଡ଼ ବର୍ଷା ସମ୍ଭାବନା

Jun 15, 2024 - 12:23
 0  4
ଆଗକୁ ଅଗ୍ରସର  ମୌସୁମୀ, ୧୭ରୁ ବଡ଼ ବର୍ଷା ସମ୍ଭାବନା

ଆସନ୍ତା ୧୭ ତାରିଖରେ ଓଡିଶାରେ ହେବ ବଡ଼ ବର୍ଷା । ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା। ଖୁବ୍ ଶୀଘ୍ର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ଅନୁକୂଳ ହେଉଛି ପାଗ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୧୭ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୟାଗଡ଼ ରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ହଳଦିଆ ସତର୍କତା। ୧୮ ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ହେବ  ପ୍ରବଳ ବର୍ଷା ।

What's Your Reaction?

like

dislike

love

funny

angry

sad

wow