ଯୁକ୍ତ ୨ ଫଳକୁ ନେଇ ଅସିଲା ବଡ ଖବର !

Apr 28, 2026 - 12:45
 0  1
ଯୁକ୍ତ ୨ ଫଳକୁ ନେଇ ଅସିଲା ବଡ ଖବର !

ଯୁକ୍ତ ୨ ଫଳ କୁ ନେଇ ଆସିଲା ବଡ ଖବର  । ମେ ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ  । ଏକା ସାଙ୍ଗରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ବାହାରିବା ନେଇ ସୂଚନା ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  । ଯୁକ୍ତ ଦୁଇ ମୂଲ୍ୟାୟନ ଆଜି ସରିବାର ଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁ ଦୁଇ ଦିନ ଯୁକ୍ତ ଦୁଇ ଖାତାଦେଖା ବଢିଛି। ଏଥର ମୂଲ୍ୟାୟନ ପାଇ ସଫ୍ଟୱେର ଭିତ୍ତିକ ମୂଲ୍ୟାୟନ ବ୍ୟବସ୍ଥା ଆପଣାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏବର୍ଷରେ ଆଡିସନ୍ ଓ ରିଚେକିଂ ମୁକ୍ତ କରିବାକୁ ପ୍ରଚେଷ୍ଟା କରୁଛି କାଉନସିଲ୍। ପ୍ରଥମ ଥର ପାଇଁ କମ ମାର୍କ ଥିଲେ ଇମ୍ପ୍ରୋଭମେଣ୍ଟ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ। ଚଳିତ ବର୍ଷ ବିଭିନ୍ନ ବର୍ଗରେ ପରୀକ୍ଷା ଦେଇଛନ୍ତି ୪ ଲକ୍ଷ ୧ ହଜାର ୬୨୩ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ରାଜ୍ୟର ୧୫୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କାର୍ୟ୍ୟରେ ୧୬,୪୯୪ ମୂଲ୍ୟାୟନକାରୀ ନିୟୋଜିତ ହୋଇଛନ୍ତି।

What's Your Reaction?

like

dislike

love

funny

angry

sad

wow