ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

Dec 22, 2024 - 11:59
 0  1
ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଶ୍ରୀମନ୍ଦିରରେ ଧାଡି ଦର୍ଶନ ନେଇ ଶନିବାର ଦିନ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ ଆଇନ୍‌ମନ୍ତ୍ରୀ । ସନ୍ତୋଷଜନକ ଭାବରେ ଚାଲିଛି  କାମ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପୁରୁଣା ପ୍ରକ୍ରିୟାକୁ ପରିବର୍ତ୍ତନ କରାଯିବା ପରେ ୩୦ ଏବଂ ୩୧ରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ ଧାଡି ଦର୍ଶନ । ଶେଷରେ ୨୦୨୫ ଜାନୁଆରୀ ପହିଲାରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ କରାଯାଇଛି ବ୍ୟବସ୍ଥା। ଘଣ୍ଟି ଦ୍ୱାରରେ ବାହାରିବେ ମହିଳା ଏବଂ ବରିଷ୍ଠ ନାଗରିକ। ସେହିପରି ଗାରଦ ଦ୍ୱାରରେ ଦର୍ଶନ କରି ବାହାରିବେ ପୁରୁଷଭକ୍ତ । 

What's Your Reaction?

like

dislike

love

funny

angry

sad

wow