ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଭିତରେ ମୁହଁ ଖୋଲିଲେ ମମତା

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଭିତରେ ମୁହଁ ଖୋଲିଲେ ମମତା

 ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମରେ ନାମିତ କରିବାକୁ ନେଇ ବିବାଦ ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ସେ କହିଛନ୍ତି ଯେ, " ସବୁଠି ହୋଇପାରିବ ଜଗନ୍ନାଥ ମନ୍ଦିର। ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ। ଦେଶର ପ୍ରତ୍ୟେକ ସ୍ଥାନରେ ରହିଛି କାଳୀ ମନ୍ଦିର ଏବଂ ଶିବ ମନ୍ଦିର । ତେବେ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ସେ କରିଛନ୍ତି ପ୍ରଶ୍ନ  ? ସେପଟେ  ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବସିଛି  ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ରହିଛନ୍ତି ଉପସ୍ଥିତ ।