ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା

May 5, 2025 - 14:43
 0  4
ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା

ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଏନେଇ ବଡ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ସେହିପରି ଜୁନ୍‌ ସୁଦ୍ଧା ସୀମା ନିର୍ଦ୍ଧାରଣ ସାରିବାକୁ ସମସ୍ତଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ୩୩ ବର୍ଷରେ ମୋଟ ୧ ହଜାର ରାଜସ୍ୱ ଗାଁ ପାଇଁ ଆସିଛି ଆବେଦନ । ବର୍ତ୍ତମାନ ସୁଦ୍ଧା ୩୦୦ ନୂଆ ରାଜସ୍ୱ ଗାଁର ସରିଛି ଘୋଷଣା। ବାକି ୭୦୦ ଗାଁ ଘୋଷଣା ପାଇଁ କୋହଳ ହୋଇଛି ନିୟମ। ମୋଡାଲିଟି ଅନୁସାରେ ଯେଉଁ ପଡା ଗାଁରେ ୨୫୦ ଲୋକ ଥିବେ,ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ। ତାକୁ ହିଁ ମିଳିବ ରାଜସ୍ୱ ଗାଁ ମାନ୍ୟତା  । ନଗର ଉନ୍ନୟନ ବିଭାଗ ପାଖରେ ଅନେକ ଏନଏସି ଓ ମୁନିସିପାଲିଟି ପାଇଁ ବି ରହିଛି ପ୍ରସ୍ତାବ। ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ ହୋଇପାରିବନାହିଁ କାର୍ଯ୍ୟକାରୀ । ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। 

What's Your Reaction?

like

dislike

love

funny

angry

sad

wow