ମହାପ୍ରସାଦକୁ ଅସମ୍ମାନ, ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ

ମହାପ୍ରସାଦକୁ ଅସମ୍ମାନ, ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ

ପୁଣି ମହାପ୍ରସାଦକୁ ଅସମ୍ମାନ। ପୁରୀର ଏକ ତାରକା ହୋଟେଲ ରେ ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଛନ୍ତି ପର୍ଯ୍ୟଟକ,ଯାହାର ଭିଡିଓ ହେଉଛି ଭାଇରାଲ୍। କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଶ୍ରୀଜିଉଙ୍କ ମହାପ୍ରସାଦକୁ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ପ୍ରକାଶ ପାଇଛି ମତ।ତେବେ ସବୁଠୁ ବଡା କଥା ହେଉଛି ଡାଇନିଂ ଟେବୁଲରେ ବସି ଖାଉଥିବା ପର୍ଯ୍ୟଟକ ଓଡ଼ିଆ ହୋଇଥିବାବେଳେ ମହାପ୍ରସାଦ ପରସୁଥଛନ୍ତି ଜଣେ ବ୍ରାହ୍ମଣ। ତେବେ ଜଣେ ଓଡ଼ିଆ ହୋଇ କିପରି ଭାବେ ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କରିଲେ, ତାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।