ଟ୍ରକ୍ ପଛରେ ପିଟି ହେଲା କାର୍, ଚାଲିଗଲା ୪ ଜୀବନ! ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ଝିଅ
ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା କାର୍, ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ ।
ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା କାର୍, ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ । ଆଜି ଭୋର ସମୟରେ ଜାମସେଦପୁରର ସୋନାରୀ ଥାନା ଅଧୀନ ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡ଼ରେ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା କାର୍ଟି । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ଚୁରମାର୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ।
ମୃତକମାନେ ହେଲେ ତ୍ରିଷା ସିଂହ, ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ । ପ୍ରାଥମିକ ତଦନ୍ତ ଅନୁଯାୟୀ, ଚାରି ଲେନ୍ର ରାସ୍ତାର ଡିଭାଇଡର ନିକଟରେ ଟ୍ରକ୍ଟି ଖରାପ ହୋଇ ଠିଆ ହୋଇଥିଲା । ଟ୍ରକ୍ ପଛରେ ରିଫ୍ଲେକ୍ଟର କିମ୍ବା ସତର୍କତା ସୂଚନା ନଥିବାରୁ କାର୍ ଚାଳକ ଟ୍ରକ୍କୁ ଠିକ୍ ସମୟରେ ଦେଖିପାରିନଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏହି ଘଟଣାରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ଓ ଶୋକସନ୍ତପ୍ତ ପରିବାରକୁ ସେମାନେ ସମବେଦନା ଜଣାଇଛନ୍ତି ।
What's Your Reaction?