୫ଟି ଇ-କମର୍ସ କମ୍ପାନୀ ଉପରେ FSSAIର କାର୍ଯ୍ୟାନୁଷ୍ଠାନ
ଖାଦ୍ୟ ସୁରକ୍ଷା ନିୟମ ଅନୁପାଳନ ନେଇ Amazon, Swiggy Instamart, BigBasket, Flipkart India ଓ Zepto ବିରୋଧରେ FSSAI ପେନାଲ୍ ଆକ୍ସନ୍ ଆରମ୍ଭ କରିଛି।
ଭ୍ରମାତ୍ମକ ଦାବି, ନିୟମବହିର୍ଭୂତ ଉତ୍ପାଦ ସୂଚନା ଏବଂ ନିଷିଦ୍ଧ ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିକ୍ରିକୁ ନେଇ ଏହି ପଦକ୍ଷେପ ନିଆଯାଇଛି।
ଅନଲାଇନ୍ରେ ଖାଦ୍ୟ ସାମଗ୍ରୀ ବିକ୍ରିକୁ ନେଇ ଏଫଏସଏସଏଆଇ (fssai)ର ବଡ଼ କାର୍ଯ୍ୟାନୁଷ୍ଠାନ । ଆମାଜନ, ସ୍ୱିଗି ଇନଷ୍ଟାମାର୍ଟ, ବିଗ୍ ବାସ୍କେଟ୍, ଫ୍ଲିପକାର୍ଟ ଓ ଜେପଟୋ ଭଳି ୫ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ବିରୋଧରେ ପେନାଲ୍ ଆକ୍ସନ୍ ଆରମ୍ଭ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ । ନିୟମ ଅନୁପାଳନ ନକରିବା, ଭ୍ରମାତ୍ମକ ଦାବି ଏବଂ ନିଷିଦ୍ଧ କିମ୍ବା ବିଷାକ୍ତ ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିକ୍ରି ଓ ପ୍ରଦର୍ଶନକୁ ନେଇ ଏହି ପଦକ୍ଷେପ ନିଆଯାଇଛି ।
ଏଫଏସଏସଏଆଇର ସୂଚନା ଅନୁସାରେ,ହାପିଲୋ ପ୍ରିମିୟମ ଡେଟ୍ ବାଇଟ୍ସ୍ ଜେଷ୍ଟି ଅରେଞ୍ଜକୁ ନେଇ କାର୍ଯ୍ୟାନୁଷ୍ଠାନ। ଆମାଜନ, ସ୍ୱିଗି ଇନଷ୍ଟାମାର୍ଟ, ବିଗ୍ ବାସ୍କେଟ୍, ଫ୍ଲିପକାର୍ଟ ଓ ଜେପଟୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉତ୍ପାଦ ସମ୍ପର୍କିତ କିଛି ଦାବିକୁ ନେଇ ନିୟମ ଅନୁପାଳନର ପ୍ରଶ୍ନ ଉଠିଛି ।
ସେହିପରି ସ୍ୱିଗି ଇନଷ୍ଟାମାର୍ଟ, ବିଗ୍ ବାସ୍କେଟରେ ତାଲିକାଭୁକ୍ତ କିଛି ମିଲକି ମିଷ୍ଟ ଉତ୍ପାଦକୁ ନେଇ ମଧ୍ୟ ଏଫଏସଏସଏଆଇ ଆପତ୍ତି ଉଠାଇଛି । ଏଥିରେ ମିଲକି ମିଷ୍ଟ ଫ୍ରେସ୍ ଲୋ ଫ୍ୟାଟ୍ କ୍ରିମ, ଫାର୍ମ ଫ୍ରେସ୍ କର୍ଡ, ଗ୍ରିକ୍ ୟୋଗର୍ଟ ସାମିଲ ଅଛି । ଉତ୍ପାଦ ସମ୍ପର୍କିତ ଦାବି ଓ ସୂଚନା ନିୟମ ଅନୁସାରେ ନଥିବା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ଏହାଛଡ଼ା ଧତୁରା ଫଳ ଓ ମଞ୍ଜି ଅନଲାଇନ୍ରେ ବିକ୍ରି ଓ ପ୍ରଦର୍ଶନକୁ ନେଇ ଆମାଜନ, ସ୍ୱିଗି ଇନଷ୍ଟାମାର୍ଟ, ବିଗ୍ ବାସ୍କେଟ୍ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି । ଏଫଏସଏସଏଆଇ କହିଛି, ଏହି ମାମଲାଗୁଡ଼ିକରେ ଫୁଡ ସେଫଟି ଏବଂ ଷ୍ଟାଣ୍ଡାର୍ଡ ଆକ୍ଟ 2006 ଏବଂ ସମ୍ପର୍କିତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚାଲିଛି ।
ଗତ ୬ ମାସ ଧରି ଏଫଏସଏସଏଆଇ ଫୁଡ୍ ବିଜନେସ୍ ଅପରେଟର ଓ ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନିୟମ ପାଳନକୁ ନେଇ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ବଢ଼ାଇଛି। ଅନଲାଇନ୍ରେ ମିଳୁଥିବା ଖାଦ୍ୟ ସାମଗ୍ରୀର ସୁରକ୍ଷା ଓ ଉତ୍ପାଦ ସମ୍ପର୍କିତ ସୂଚନାକୁ ନେଇ ନିୟନ୍ତ୍ରକ ସଂସ୍ଥାର ନଜର ଏବେ ଅଧିକ କଡ଼ା ହୋଇଛି।
What's Your Reaction?