ବିଶ୍ୱ ଗଣ୍ଡା ଦିବସ: ଶକ୍ତିର ପ୍ରତୀକ ଗଣ୍ଡା, ନନ୍ଦନକାନନରେ ଶୂନ୍ୟ
ଆଜି ଆନ୍ତର୍ଜାତୀୟ ଗଣ୍ଡା ଦିବସ । ଶକ୍ତୀର ପ୍ରତିକ । ବିଶ୍ଵର ଦ୍ଵିତୀୟ ବୃହତକାୟ ଶକ୍ତିଶାଳୀ ଓ କ୍ରୋଧି ବନ୍ୟ ପ୍ରାଣୀ ଗଣ୍ଡା । ଯାହାର ଶରୀର ଚମଡା କମ୍ବଳ ଘୋଡେଇ ହେବା ଭଳି ମୋଟା ଓ ଥାକ,ଥାକ ।
ଆଜି ଆନ୍ତର୍ଜାତୀୟ ଗଣ୍ଡା ଦିବସ । ଶକ୍ତୀର ପ୍ରତିକ । ବିଶ୍ଵର ଦ୍ଵିତୀୟ ବୃହତକାୟ ଶକ୍ତିଶାଳୀ ଓ କ୍ରୋଧି ବନ୍ୟ ପ୍ରାଣୀ ଗଣ୍ଡା । ଯାହାର ଶରୀର ଚମଡା କମ୍ବଳ ଘୋଡେଇ ହେବା ଭଳି ମୋଟା ଓ ଥାକ,ଥାକ । ଚମଡ଼ା ଏତେ ଶକ୍ତ ଯେ ଅସ୍ତ୍ର କିମ୍ବା ଗୁଳି ସହଜେ ଭେଦ କରି ପାରି ନଥାଏ। ଗଣ୍ଡାର ଥୋବଣା ଉପରେ ରହିଛି ଏକ ଶକ୍ତ ଶିଂଘ। ଯାହା ଶତୃ ମୁକାବିଲା ଓ ଆକ୍ରମଣ ସମୟରେ ଅସ୍ତ୍ର ଭଳି କାମ କରିଥାଏ । ପ୍ରାପ୍ତ ବୟସ୍କର ଶିଂଘ ୨୨.୩ ଇଂଚ ପର୍ଯ୍ୟନ୍ତ ବଢିଥାଏ । ଶତୃକୁ ଶିଂଘରେ ୨୨୦୦ ରୁ ୩୫୦୦୦ ନ୍ୟୁଟନ ଶକ୍ତିରେ ପ୍ରହାର କରିଥାଏ ଗଣ୍ଡା । ଆକ୍ରମଣ ଏତେ ଶକ୍ତ ହୋଇଥାଏ ଯେ ଯାହାକୁ ଆକ୍ରମଣ କଲେ ହାଡ଼ ଗୁଣଣ୍ଡା ହେବା ସହ ପ୍ରାଣ ଚାଲିଯାଇ ଥାଏ । ଭାରତୀୟ ଗଣ୍ଡାମାନଙ୍କ ଶରୀର ଓଜନ ୨. ୨୦୦କେଜି ପର୍ଯ୍ୟନ୍ତ ହୋଇ ଥାଏ ।
ପରମାୟୁ ୪୦ ବର୍ଷ ଭିତରେ ରହିଥାଏ । ଦିନକୁ ୯୦ କେଜି ପର୍ଯ୍ୟନ୍ତ ଗଛ ଓ ପତ୍ର ଆହର କରିଥାଆନ୍ତି । ମାଈ ଗଣ୍ଡା ୩ ରୁ ୭ ବର୍ଷ ମଧ୍ୟରେ ଓ ଅଣ୍ଡିରା ୪ରୁ ୮ ବର୍ଷ ମଧ୍ୟରେ ଯୌବନ ପ୍ରାପ୍ତ ହେଇ ମିଳନ କରିଥାଆନ୍ତି । ମାଈ ଗର୍ଭଧାରଣର ୪୭୫ ରୁ ୪୮୦ ଦିନ ମଧ୍ୟରେ ଗୋଟିଏ ଶାବକକୁ ଜନ୍ମ ଦେଇ ଥାଏ । ଶିକାରି ମାନେ ଶିଂଘ ପାଇଁ ଗଣ୍ଡାମାନଙ୍କୁ ମାରୁ ଥିବାରୁ କ୍ରମଶଃ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଛି । ସେଥିଲାଗି ଗଣ୍ଡାଙ୍କୁ ସୁରକ୍ଷା ଦେବା ଓ ସଂରକ୍ଷଣ କରି ବଂଶ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରିବା ଲକ୍ଷରେ ପ୍ରତିବର୍ଷ ଗଣ୍ଡା ଦିବସ ପାଳନ କରାଯାଇ ଆସୁଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱସ୍ତରୀ ହେବାକୁ ଥିବା ବେଳେ ଏଠାରେ ୧୦ ବର୍ଷ କାଳ ହେଲା ଗଣ୍ଡା ସଂଖ୍ୟା ଶୂନ୍ୟ ରହିଛି । ଗତ ୨୦୧୬ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ମାତ୍ର ଗଣ୍ଡା “ନନ୍ଦୁ”ର ମୃତ୍ୟୁ ହୋଇଥିଲା ।
ତାର ୪୦ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ମୃତ୍ୟୁ ହୋଇଥିଲା । ନନ୍ଦୁ’ର ମୃତ୍ୟୁରେ ବଂଶ ଲୋପ ହୋଇଥିଲା । ତା ପର ଠାରୁ ଏଯାବତ ନନ୍ଦନକାନନକୁ ଆଉ ଗଣ୍ଡା ଅଣାଯାଇ ପାରିନାହିଁ । ବୁଲି ଆସୁଥିବା ପର୍ଯ୍ୟଟକମାନେ ଗଣ୍ଡା ଦେଖି ନପାରି ନିରାଶ ହୋଇ ଫେରୁଛନ୍ତି । କର୍ତୁପକ୍ଷ ପ୍ରାଣୀ ଅଦଳ ବଦଳ ପ୍ରକ୍ରିଆରେ ଗଣ୍ଡା ଆଣିବା ପାଇଁ ତାଲିଖା ପ୍ରସ୍ତୁତ କରି ଆସାମ ଓ ଆଫ୍ରିକାରୁ ଆଣ୍ତିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା କହି ଆସୁଥିଲେ ମଧ୍ୟ ଆଣି ପାରି ନାହାଁନ୍ତି । ନନ୍ଦନକାନନକୁ ଆଗାମି ଦିନରେ କେବେ ଗଣ୍ଡା ଅସିବ ସେ ଅପେକ୍ଷାରେ ପଯ୍ୟଟକ ।
What's Your Reaction?