ନ୍ୟାୟ ଦେବା ବାଲା କରୁଛନ୍ତି ଅନ୍ୟାୟ ; ମହିଳା ଜଜଙ୍କୁ ପୁରୁଷ ଜଜ୍ ଦେଉଛନ୍ତି ନିର୍ଯାତନା !
’ମୋର ସେବା ଅବସରରେ ଅନେକ ମହିଳା ବିଚାରପତି ମୋ ପାଖକୁ ଆସିଛନ୍ତି। ସମସ୍ତଙ୍କ ପାଖରେ ସେଇ ଗୋଟେ ଅଭିଯୋଗ । ଯୌନ ନିର୍ଯାତନାର ଅଭିଯୋଗ ,ତାହା ପୁଣି ପୁରୁଷ ବିଚାରପତିଙ୍କ ବିରୋଧରେ ।
ଏ ସମସ୍ୟାକୁ ମୁଁ ମୋ ବହିରେ ଲେଖିଛି… Dirty secrete of judiciary of India… କ୍ଷୋଭର ବିଷୟ , ୟାକୁ ନେଇ କେହି ପାଟି ଖୋଲନ୍ତି ନାହିଁ’… ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ନ୍ୟାୟପାଳିକାର ଏହି କଦର୍ଯ୍ୟ ସତ କହିଛନ୍ତି ବରିଷ୍ଠ ଆଡଭୋକେଟ୍ ଇନ୍ଦିରା ଜୟସିଂହ ।
ମୋର ସେବା ଅବସରରେ ଅନେକ ମହିଳା ବିଚାରପତି ମୋ ପାଖକୁ ଆସିଛନ୍ତି । ସମସ୍ତଙ୍କ ପାଖରେ ସେଇ ଗୋଟେ ଅଭିଯୋଗ । ଯୌନ ନିର୍ଯାତନାର ଅଭିଯୋଗ ,ତାହା ପୁଣି ପୁରୁଷ ବିଚାରପତିଙ୍କ ବିରୋଧରେ । ଏ ସମସ୍ୟାକୁ ମୁଁ ମୋ ବହିରେ ଲେଖିଛି… Dirty secrete of judiciary of India… କ୍ଷୋଭର ବିଷୟ , ୟାକୁ ନେଇ କେହି ପାଟି ଖୋଲନ୍ତି ନାହିଁ’… ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ନ୍ୟାୟପାଳିକାର ଏହି କଦର୍ଯ୍ୟ ସତ କହିଛନ୍ତି ବରିଷ୍ଠ ଆଡଭୋକେଟ୍ ଇନ୍ଦିରା ଜୟସିଂହ ।
ଆଡଭୋକେଟ୍ ଇନ୍ଦିରା କହିଛନ୍ତି, ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ଯୌନ ନିର୍ଯାତନା ଏକ ଅନ୍ଧାରୀ ରହସ୍ୟ ,ଯାହା ବିଷୟରେ କେହି କଥା ହେବାକୁ ଚାହାଁନ୍ତି ନାହିଁ । ଅନେକ ମହିଳା ବିଚାରପତି ଏହି ସମସ୍ୟାରେ ପୀଡ଼ିତ। ଏହି ପରିସ୍ଥିତି ପାଇଁ ସେ ସିଧାସଳଖ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଉପରେ ଆଙ୍ଗୁଠି ଉଠାଇଛନ୍ତି । ଇନ୍ଦିରା ଜୟସିଂହ କହିଛନ୍ତି, ଅନେକ ମହିଳା ବିଚାରପତି ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କର ପୁରୁଷ ସହକର୍ମୀମାନେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ।
ଇନ୍ଦିରା ଜୟସିଂହ ‘ମାଇଁ ଭିଜନ ଅଫ୍ ଇଣ୍ଡିଆ: ୨୦୪୭ ଏଡି’ ଶୀର୍ଷକ ୨୯ତମ ଡିଏସ ବ୍ରୋକର ସ୍ମାରକୀ ବକ୍ତୃତା ଅବସରରେ ତାଙ୍କ ଅଭିଭାଷଣରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଜୟସିଂହ କହିଛନ୍ତି, ନ୍ୟାୟ ବ୍ୟବସ୍ଥାରେ ପଦାନୁକ୍ରମ ଯୋଗୁଁ ଏହି ପ୍ରକାରର ଯୌନ ନିର୍ଯାତନା ଘଟୁଛି।
ସେ ଜଣେ ମହିଳା ବିଚାରପତିଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଏକ ଘଟଣା ବର୍ଣ୍ଣନା କରି କହିଥିଲେ, ମୁଁ ଯେଉଁ ମହିଳା ବିଚାରପତିଙ୍କ ପ୍ରତିନିଧିତ୍ୱ କରୁଥିଲି ସେ ମୋତେ କହିଥିଲେ , ଯେତେବେଳେ ଜଣେ ହାଇକୋର୍ଟ ବିଚାରପତି ଅବସର ନିଅନ୍ତି, ଜିଲ୍ଲା କୋର୍ଟ ମହିଳା ବିଚାରପତିମାନଙ୍କୁ ଧାଡିରେ ଠିଆ ହେବାକୁ, ସମାନ ରଙ୍ଗର ଶାଢ଼ି ପିନ୍ଧିବାକୁ ଏବଂ ଡାଇନିଂ ରୁମ୍ରେ ପ୍ରବେଶ କରୁଥିବା ସମସ୍ତ ପୁରୁଷ ବିଚାରପତିଙ୍କ ଉପରେ ଫୁଲ ବର୍ଷା କରିବାକୁ କୁହାଯାଏ । ଏହା ଉଚ୍ଚ ନ୍ୟାୟପାଳିକାରେ ଏକ ବାଧ୍ୟବାଧକତା ।
ଏହାକୁ ସମାଲୋଚନା କରି ସେ କହିଛନ୍ତି, ଉଚ୍ଚନ୍ୟାୟାଳୟ ଏବଂ ସୁପ୍ରିମକୋର୍ଟର ବିଚାରପତିମାନେ ଜିଲ୍ଲା ଅଦାଲତର ବିଚାରପତିଙ୍କଠାରୁ ଏହା ଆଶା କରନ୍ତି ଏବଂ ଏହାର ପ୍ରତିକୂଳ ପରିଣାମ ବିଶେଷକରି ମହିଳା ବିଚାରପତିମାନଙ୍କ ଉପରେ ପଡ଼ିଥାଏ । ମୋ ପାଖକୁ ଆସିଥିବା ଜଣେ ମହିଳା ବିଚାରପତି ମୋତେ କହିଥିଲେ, ତାଙ୍କୁ ଜଣେ ବିଚାରପତିଙ୍କ ଦ୍ୱାରା ଯୌନ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେ ତାଙ୍କୁ ତାଙ୍କ ୨୫ତମ ବିବାହ ବାର୍ଷିକୀ ପାର୍ଟିକୁ ଆସି ଏକ ଆଇଟମ୍ ନମ୍ବରରେ ନାଚିବାକୁ କହିଥିଲେ, ଯାହାକୁ ସେ ବିରୋଧ କରିବାରୁ ତାଙ୍କ ଚାକିରି ହରାଇବାକୁ ପଡ଼ଲା ।
ଏ ପ୍ରସଙ୍ଗ ଅତି ଗୁରୁତର ହୋଇଥିଲେ ବି କେହି ବିରୋଧ କରିବାକୁ ନାରାଜ । ଏଠି ମନକୁ ପ୍ରଶ୍ନ ଆସିବା ସ୍ବାଭାବିକ, ଯଦି ନ୍ୟାୟ ଦେଉଥିବା ବିଚାରପତି ନିଜେ ଯୌନ ନିର୍ଯାତନା ଦିଅନ୍ତି ତାହେଲେ ତ କଥା ସରିଲା । ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା କଥା ଭାବିଲେ ଡର ଲାଗୁଛି …
What's Your Reaction?