କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଶିଖର ଧଓ୍ୱନ

Aug 24, 2024 - 11:59
 0  7
କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଶିଖର ଧଓ୍ୱନ

ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟ୍‌ ଦଳର ଗବ୍ବର୍‌ ତଥା ତାରକା ଓପନର୍‌ ଶିଖର ଧଓ୍ୱନ। ଏହି ୩୭ ବର୍ଷୀୟ ଖେଳାଳି ୨୦୨୦ରେ ଭାରତ ପାଇଁ କରିଥିଲେ ଡେବ୍ୟୁ । ତାଙ୍କ ୧୩ ବର୍ଷର କ୍ୟାରିଅରରେ ସେ ୩୪ ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ଟି ଟି-୨୦ ଖେଳି ପାଇଛନ୍ତି ବହୁ ସଫଳତା ।  ୨୦୨୨ ଡିସେମ୍ବର ୧୦ରେ ବାଂଲାଦେଶ ବିପକ୍ଷରେ ଶିଖର ଧାଓ୍ବନ ଖେଳିଥିଲେ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍। ଅବସର ଘୋଷଣା କରି ଧାୱନ କହିଛନ୍ତି ଯେ, ବର୍ତ୍ତମାନ ଯଦି ମୁଁ ପଛକୁ ଚାହିଁବି, ତେବେ ମୁଁ ଅନେକ ସ୍ମୃତି ଦେଖିଥାଏ ଏବଂ ଯେତେବେଳେ ମୁଁ ଆଗକୁ ଦେଖେ, ସେତେବେଳେ ମୁଁ ସମଗ୍ର ବିଶ୍ୱକୁ ଦେଖେ। ଏହାସହିତ ସେ ସମସ୍ତ ପ୍ରଶଂସକଙ୍କୁ ଦେଇଛନ୍ତି ଧନ୍ୟବାଦ ।

What's Your Reaction?

like

dislike

love

funny

angry

sad

wow