ମଲା ପରେ ବି ମନେ ପଡ଼ିବି: ମାଡ୍ରାସ ‘ଟାଇ’ ଟେଷ୍ଟକୁ ମନେ ପକାଇଲେ ମନିନ୍ଦର

Sep 23, 2026 - 12:07
ମଲା ପରେ ବି ମନେ ପଡ଼ିବି: ମାଡ୍ରାସ ‘ଟାଇ’ ଟେଷ୍ଟକୁ ମନେ ପକାଇଲେ ମନିନ୍ଦର

ମ୍ୟାଚ୍‌ର ପଞ୍ଚମ ଦିନ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୩୪୮ ରନ୍‌ର ଲକ୍ଷ୍ୟ ରଖିଥିଲା। ସୁନିଲ ଗାଭାସ୍କର ୯୦, ମହିନ୍ଦର ଅମରନାଥ ୫୧, ମହମ୍ମଦ ଆଝାରୁଦ୍ଦିନ ୪୨, କେ. ଶ୍ରୀକାନ୍ତ ୩୯ ଓ ଚନ୍ଦ୍ରକାନ୍ତ ପଣ୍ଡିତ ୩୯ ରନ୍‌ କରି ଭାରତକୁ ଜିତିବା ସ୍ଥିତିରେ ପହଞ୍ଚାଇଥିଲେ। 

ଟେଷ୍ଟ କ୍ରିକେଟ୍‌ ଇତିହାସର ଅନ୍ୟତମ ସ୍ମରଣୀୟ ମୁକାବିଲା ମାଡ୍ରାସ ‘ଟାଇ’ ଟେଷ୍ଟକୁ ପୂରିଛି ୪୦ ବର୍ଷ। ୧୯୮୬ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ମାଡ୍ରାସ, ବର୍ତ୍ତମାନର ଚେନ୍ନାଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଟେଷ୍ଟ ଇତିହାସର ଦ୍ୱିତୀୟ ‘ଟାଇ’ ଭାବେ ରେକର୍ଡ ହୋଇଥିଲା।

ସେହି ଐତିହାସିକ ମୁକାବିଲାକୁ ମନେ ପକାଇ ଭାରତର ପୂର୍ବତନ ବାମହାତୀ ସ୍ପିନର୍‌ ମନିନ୍ଦର ସିଂହ କହିଛନ୍ତି, “ଟେଷ୍ଟ କ୍ରିକେଟ୍‌ ୧୫୦ ବର୍ଷରେ ପହଞ୍ଚିଥିଲେ ମଧ୍ୟ ମାତ୍ର ଦୁଇଟି ମ୍ୟାଚ୍‌ ଟାଇ ହୋଇଛି। ଦ୍ୱିତୀୟ ଟାଇର ଅଂଶ ଥିବାରୁ ମୁଁ ମଲା ପରେ ବି ମନେ ପଡ଼ିବି।” ତାଙ୍କ ଏହି କଥା କ୍ରିକେଟ୍‌ପ୍ରେମୀଙ୍କୁ ପୁଣି ୪୦ ବର୍ଷ ପଛକୁ ଫେରାଇ ନେଇଛି।

ମ୍ୟାଚ୍‌ର ପଞ୍ଚମ ଦିନ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୩୪୮ ରନ୍‌ର ଲକ୍ଷ୍ୟ ରଖିଥିଲା। ସୁନିଲ ଗାଭାସ୍କର ୯୦, ମହିନ୍ଦର ଅମରନାଥ ୫୧, ମହମ୍ମଦ ଆଝାରୁଦ୍ଦିନ ୪୨, କେ. ଶ୍ରୀକାନ୍ତ ୩୯ ଓ ଚନ୍ଦ୍ରକାନ୍ତ ପଣ୍ଡିତ ୩୯ ରନ୍‌ କରି ଭାରତକୁ ଜିତିବା ସ୍ଥିତିରେ ପହଞ୍ଚାଇଥିଲେ। ଏକ ସମୟରେ ଭାରତ ୨ ୱିକେଟ୍‌ରେ ୨୦୪ ରନ୍‌ କରିଥିଲା। କିନ୍ତୁ ଶେଷ ଅଧ୍ୟାୟରେ ନିୟମିତ ୱିକେଟ୍‌ ପତନ ଦଳକୁ ଚାପରେ ପକାଇଥିଲା। ଶେଷ ଯୋଡ଼ି ଭାବେ ରବି ଶାସ୍ତ୍ରୀ ଓ ମନିନ୍ଦର ସିଂହ କ୍ରିଜ୍‌ରେ ଥିଲେ।

ଶେଷ ୩ ବଲ୍‌ରୁ ଭାରତକୁ ମାତ୍ର ୧ ରନ୍‌ ଦରକାର ଥିଲା। ମନିନ୍ଦର ଗୋଟିଏ ବଲ୍‌ ଡଟ୍‌ ଖେଳିବା ପରେ ପରବର୍ତ୍ତୀ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଅମ୍ପାୟାର ଭି. ବିକ୍ରମ ରାଜୁଙ୍କ ସେହି ନିଷ୍ପତ୍ତି ଆଜିବି ଚର୍ଚ୍ଚିତ। ଭାରତ ୩୪୭ ରନ୍‌ରେ ଅଲଆଉଟ୍‌ ହେବା ସହ ମ୍ୟାଚ୍‌ ଟାଇ ହୋଇଥିଲା। ଏହା ପୂର୍ବରୁ ୧୯୬୦ରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟାଇ ଟେଷ୍ଟ ଖେଳାଯାଇଥିଲା। ତା’ପରେ ଆଜି ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍‌ରେ ତୃତୀୟ ‘ଟାଇ’ ଦେଖିବାକୁ ମିଳିନାହିଁ। ତେଣୁ ମାଡ୍ରାସ ଟେଷ୍ଟ ଏବଂ ମନିନ୍ଦରଙ୍କ ଶେଷ ୱିକେଟ୍‌ ଆଜିବି କ୍ରିକେଟ୍‌ ଇତିହାସରେ ଅମର ହୋଇରହିଛି। 

What's Your Reaction?

like

dislike

love

funny

angry

sad

wow