ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳିଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳିଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ପ୍ରଥମଥର ପାଇଁ କ୍ଲାସିକାଲ୍‌ କ୍ରୀଡାରେ ବିଶ୍ୱର ୧ ନମ୍ବର ଖେଳାଳୀ ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ। ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍‌ରେ କାର୍ଲସନ୍‌ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ ତିନି ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ଅଗ୍ରଣୀ ରହିଥିଲେ। ପ୍ରଞ୍ଜାନନ୍ଦଙ୍କ ବିଜୟ  କାର୍ଲସନ୍‌ଙ୍କୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଠେଲି ଦେଇଛି।କ୍ଲାସିକାଲ୍‌ ଚେସ ଖେଳାଳୀମାନଙ୍କୁ ସେମାନଙ୍କ ଗୋଟି ଚଲାଇବା ପାଇଁ ଯଥେଷ୍ଟ ସମୟ ଦେଇଥାଏ, ସାଧାରଣତଃ ଅତି କମରେ ଏକ ଘଣ୍ଟା। ଏହି ଫର୍ମାଟ୍‌ରେ ଉଭୟଙ୍କ ମଧ୍ୟରେ ଗତ ତିନି ମ୍ୟାଚ୍‌ ଡ୍ର ସହିତ ଶେଶ ହୋଇଥିଲା। ଅନ୍ୟପଟେ ସମାନ ଫର୍ମାଟ୍‌ ମହିଳା ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଞ୍ଜାନନ୍ଦଙ୍କ ଭଉଣୀ ଆର. ବୈଶାଳୀ