ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ

May 30, 2024 - 15:30
 0  4
ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ

ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ନିର୍ବାଚନ ହାରି ଯାଆନ୍ତୁ ନରେନ୍ଦ୍ର ମୋଦି।  କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ। ତାଙ୍କର ଏହି ବୟାନକୁ ନିର୍ବାଚନ ପ୍ରଚାରରେ ମଧ୍ୟ କରାଯାଉଛି ପ୍ରସଙ୍ଗ । ଫଓ୍ବାଦ କହିଛନ୍ତି ଯେ, କାଶ୍ମୀର ହେଉ ଅଥବା ଭାରତର ବାକି ମୁସଲମାନ, ଏବେ ଯେଉଁଭଳି କଟ୍ଟରପନ୍ଥି ଚିନ୍ତାଧାରାର ସାମ୍ନା କରୁଛନ୍ତି, ସେମାନେ ଚାହୁଁଛନ୍ତି ନରେନ୍ଦ୍ର ମୋଦି ନିର୍ବାଚନରେ ହାରିଯାଆନ୍ତୁ।  ଏହାଫଳରେ ହିନ୍ଦୁସ୍ତାନ ଏବଂ ପାକିସ୍ତାନର ସମ୍ପର୍କ ସୁଧୁରୀ ପାରେ।  ପାକିସ୍ତାନରେ ହିନ୍ଦୁସ୍ତାନକୁ ନେଇ ଘୃଣା ନାହିଁ, ହେଲେ ହିନ୍ଦୁସ୍ତାନରେ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ପାକିସ୍ତାନକୁ ନେଇ ଘୃଣା ସୃଷ୍ଟି କରୁଛନ୍ତି, ମୁସଲମାନଙ୍କୁ ନେଇ ଘୃଣା ସୃଷ୍ଟି କରୁଛନ୍ତି। ଆମର ଦାୟିତ୍ୱ ହେଉଛି ଯେ ଏହି ଘୃଣାର ଯିଏ କର୍ତ୍ତାଧର୍ତ୍ତା ତାଙ୍କୁ ପରାଜିତ କରିବା।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁଛି ଯେ ଭାରତର ଭୋଟର ମୁର୍ଖ ନୁହନ୍ତି। ତାଙ୍କୁ କେଉଁଥିରେ ଲାଭ ଜଣାନାହିଁ କି। ପାକିସ୍ତାନ ସହ ସମ୍ପର୍କ ଭଲ ହେବାରେ ଭାରତକୁ ଲାଭ। ଭାରତକୁ ଏକ ପ୍ରଗତିଶୀଳ ଦେଶ ଭାବେ ଆଗକୁ ବଢ଼ିବା ଉଚିତ, ଏଥିପାଇଁ ମୋଦି ଏବଂ ତାଙ୍କ ଉଗ୍ର ବିଚାରଧାରାକୁ ହରାଇବାକୁ ହେବ। ତାଙ୍କୁ ଯିଏ ବି ହରାନ୍ତୁ, ରାହୁଲ , କେଜରିଓ୍ବାଲ ନଚେତ ମମତା ବାନାର୍ଜୀ, ସମସ୍ତଙ୍କୁ ଶୁଭକାମନା ବୋଲି କହିଛନ୍ତି ଫଓ୍ବାଦ ଚୌଧୁରୀ

What's Your Reaction?

like

dislike

love

funny

angry

sad

wow