କଠୋର ଆଭିମୁଖ୍ୟ ଆପଣାଇଲେ ଡୋନାଲ୍ଡ ଟ୍ରମ୍ପ୍
ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଅନ୍ୟ ଦେଶଗୁଡ଼ିକ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।ଆମେରିକାର ଫ୍ଲୋରିଡା ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ନିଜ ଦେଶବାସୀଙ୍କୁ ଆମେ ଧନୀ ବନାଇ ଭାରତ, ଚୀନ୍ ଓ ବ୍ରାଜିଲ ଭଳି ଅନେକ ଦେଶଗୁଡ଼ିକ ଉପରେ ଲଗାଇବୁ ମୋଟା ଅଙ୍କର ଟାରିଫ୍ ବା ସୀମା ଶୁଳ୍କ। କାରଣ ସେମାନେ ଆମ ଉତ୍ପାଦ ଉପରେ ନେଉଛନ୍ତି ଅଧିକ ଟିକସ। ବିଶେଷ କରି ଆମ ଉତ୍ପାଦ ଉପରେ ଅତ୍ୟଧିକ ଟିକସ ଲଗାଉଛି ଚୀନ୍ ।ଏବେ ଆମେ ସେମାନଙ୍କଠାରୁ ଅଧିକ ଟିକସ ଅସୁଲ କରିବୁ। ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି,ଆମେ ସେମାନଙ୍କ ପ୍ରତି ଆପଣାଇବୁ କଠୋର ନୀତି। ଆମ ପାଇଁ ଅନ୍ୟ ଦେଶଗୁଡ଼ିକ କ’ଣ କରୁଛନ୍ତି, ତାହା ଦେଖୁଛି ସାରା ବିଶ୍ୱ । ଆମେ ଆମେରିକାକୁ ସବୁଠୁ ଆଗରେ ରଖିବାକୁ ଚାହୁଁଛୁ। ଏଣିକି ସଚ୍ଚୋଟ ବ୍ୟବସ୍ଥା ସ୍ଥିର କରିବ ଆମେରିକା । ଏହାଦ୍ୱାରା ଆମ ରାଜକୋଷକୁ ଆସିବ ଅର୍ଥ । ଫଳରେ ପୁଣିଥରେ ବହୁତ ଧନୀ ହୋଇଯିବ ଆମ ଦେଶ। ଏସବୁ ଖୁବଶୀଘ୍ର ହେବାକୁ ଯାଉଛି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍।
What's Your Reaction?