ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବାଲେନ୍ଦ୍ର ଶାହ

Mar 27, 2026 - 18:00
 0  0
ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବାଲେନ୍ଦ୍ର ଶାହ

ନେପାଳର ସର୍ବକନିଷ୍ଠ ତଥା ୪୦ ତମ ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୩୫ ବର୍ଷ ବୟସରେ ଶପଥ ନେଇଛନ୍ତି ବାଲେନ୍ଦ୍ର ଶାହ।ତାଙ୍କୁ  ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ। ଗତ ସେପ୍ଟେମ୍ବରରେ ‌‘ଜେନ୍‌ ଜି’ ଆନ୍ଦୋଳନ ପରେ ଦେଶର ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଥିଲେ କାଠମାଣ୍ଡୁର ପୂର୍ବତନ ମେୟର ତଥା ରାପର ବାଲେନ୍‌ ଶାହ । ଚଳିତ ମାସ ଅନୁଷ୍ଠିତ ନିର୍ବାଚନରେ ବିଜୟ ହାସଲ କରିଥିଲା ତାଙ୍କ ଦଳ ପ୍ରଚଣ୍ଡ। ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ବାଲେନ ଶାହଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ସଂସଦର ନିମ୍ନ ସଦନ ହାଉସ୍‌ ଅଫ୍‌ ରି‌ପ୍ରେଜେଣ୍ଟେଟିଭରେ ୨୭୫ ଆସନରୁ ୧୮୨ଟି ଜିତି ହାସଲ କରିଥିଲେ ପାଖାପାଖି ଦୁଇ ତୃତୀୟାଂଶ ଆସନ।

What's Your Reaction?

like

dislike

love

funny

angry

sad

wow