ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼

Jul 14, 2024 - 12:42
 0  3
ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼

ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ହୋଇଛି ଗୁଳିମାଡ଼ ।ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜିବା ଯୋଗୁଁ ଏଥିରେ ସେ ହୋଇଛନ୍ତି  ସାମାନ୍ୟ ଆହତ ।ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ରହିଛି  ଅନ୍ୟ ଜଣଙ୍କ ଅବସ୍ଥା । ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଘଟିଛି ମୃତ୍ୟୁ ।ତାଙ୍କ ନାଁ ଥୋମାସ ମାଥ୍ୟୁ କ୍ରୁକ୍‌ସ ବୋଲି ଏଫ୍‌ବିଆଇ ପକ୍ଷରୁ ମିଳିଛି ସୂଚନା। ଘଟଣାକୁ ନେଇ ଦେଶରେ ଉତ୍ତେଜନା ବଢ଼ିଥିବା ବେଳେ ନ୍ୟୁୟର୍କରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା।

What's Your Reaction?

like

dislike

love

funny

angry

sad

wow