ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ

ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ

 ଟି -୨୦ ବିଶ୍ୱକପ୍‌ ଟାଇଟଲ ଜିତି ଗତ କିଛି ଦିନ ହେବ ବାର୍ବାଡୋସରେ ଫସି ରହିଛନ୍ତି ଭାରତୀୟ ଦଳ। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସରେ ଶନିବାର ଅର୍ଥାତ୍‌ ଜୁନ ୨୯ରେ ଖେଳାଯାଇଥିଲା। ଏହା ପରେ ତା’ ପରଦିନ ବାର୍ବାଡୋସର ସାଇକ୍ଲୋନିକ ଝଡ଼ ଯୋଗୁଁ ବନ୍ଦ୍ ରହିଥିଲା ବିମାନ ବନ୍ଦର ,ଫଳରେ ଆସିପାରିନଥିଲେ ଖେଳାଳି। ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ବତନ୍ତ୍ର ବିମାନରେ  ଭାରତ ଫେରିବେ ଏହି ଦଳ। ଆସନ୍ତାକାଲି ଯଥା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳ ୬ ଟାରେ ଦିଲ୍ଲୀରେ ପହଞ୍ଚିବ ଏହି ବିମାନ।