ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ହେମନ୍ତ ସୋରେନ
କାରାଗାରରୁ ଫେରିବା ପରେ ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ହେମନ୍ତ ସୋରେନ । ସେ ଗିରଫ ହେବା ପରେ ଚମ୍ପାଇ ସୋରେନ ସମ୍ଭାଳିଥିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ହେଲେ ଆଜି ରାଞ୍ଚୀରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ହୋଇଛି ନିଷ୍ପତ୍ତି ।ସେପଟେ ଆଗାମୀ ବିଧାନସଭା ନିର୍ବାଚନ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ଲଢିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଚମ୍ପାଇ ସୋରେନଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।
What's Your Reaction?