ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି
![ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି](https://kalingascroll.in/uploads/images/202502/image_870x_67a0b792bae46.jpg)
ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି । ଆଜି ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ, ସଙ୍ଗଠନ ସହ କିଛି ଖେଳାଳିଙ୍କ ପାଇଁ ଓସିଏ ତରଫରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରାୟ ୭୩ଟି ଅନୁବନ୍ଧିତ ସଂସ୍ଥାକୁ ଆଠରୂ ଦଶ ହଜାର ଟିକେଟ ବିକ୍ରି ହେବ। ଦୁଇ ଦିନ ଧରି ଅନୁଵନ୍ଧିତ ସଂସ୍ଥା ଗୁଡିକୁ ଚାଲିଵ ଏହି ଟିକେଟ ବିକ୍ରି। ସେପଟେ ବାରବାଟୀ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଲାଣି ପିଚ୍ ଓ ପଡିଆ। ଓସିଏ ପକ୍ଷରୁ ବାରବାଟୀରେ ପ୍ରସ୍ତୁତ ହୋଇଛି ଦୁଇଟି ପିଚ୍ । ଗୋଟିଏ ପିଚ୍ କଳାହାଣ୍ଡିର କଳାମାଟିରେ ତିଆରି ହୋଇଥିଵା ବେଳେ ଅନ୍ୟ ପିଚ୍ଟି ମୁମ୍ବାଇରୁ ଅଣାଯାଇଥିଵା ନାଲି ମାଟିରେ କରାଯାଇଛି ପ୍ରସ୍ତୁତ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)