ଭାରତୀୟ ଦଳକୁ ୧୩୧ କୋଟି ଦେବ ବିସିସିଆଇ
୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିବା ଭାରତୀୟ ଦଳକୁ ମିଳିବ ବିପୁଳ ପରିମାଣର ଆର୍ଥିକ ପୁରସ୍କାର । ଦଳର ଐତିହାସିକ ସଫଳତା ପାଇଁ ୧୩୧ କୋଟି ଟଙ୍କାର ଏକ ବିରାଟ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଜୟ ପାଇଁ ଏହି ସ୍ୱତନ୍ତ୍ର ବୋନସ୍ ଦିଆଯିବ ଵୋଲି ଘୋଷଣା କରିଛି ବିସିସିଆଇ । ଏହି ୧୩୧ କୋଟି ଟଙ୍କା କେବଳ ଖେଳାଳିମାନଙ୍କୁ ନୁହେଁ, ଦଳର ପ୍ରଶିକ୍ଷକ କର୍ମଚାରୀ, ସହାୟକ କର୍ମଚାରୀ ଏବଂ ଚୟନକର୍ତ୍ତାମାନଙ୍କ ମଧ୍ୟରେ ମଧ୍ୟ କରାଯିବ ବଣ୍ଟନ।
What's Your Reaction?