କୋଭିଡ୍ ଟିକା ପାର୍ଶ୍ୱପ୍ରତିକ୍ରିୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମିଳିବ କ୍ଷତିପୂରଣ
କୋଭିଡ୍ ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଏକ ଦୋଷହୀନ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚଅଦାଲତ। ଏହା ଦ୍ୱାରା ପ୍ରଭାବିତ ପରିବାରକୁ ମିଳିବ ଆଶ୍ୱସ୍ତି । କୋଭିଡ୍-୧୯ ସମୟରେ ଏକ ସୁରକ୍ଷା କବଚ ଥିଲା ଟିକାକରଣ , କିନ୍ତୁ କିଛି ପରିବାର ପାଇଁ ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା ଏହି ସୁରକ୍ଷା। ବହୁ ଦିନ ଧରି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଚାଲିଛି ଏକ ବିତର୍କ।
What's Your Reaction?