ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା

Aug 24, 2025 - 15:41
 0  11
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା

ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କ ପରେ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତର ତାରକା ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା । ରବିବାର ସେ ଏକ ପୋଷ୍ଟ ଲେଖି କରିଛନ୍ତି ଏହି ଘୋଷଣା। ପୂଜାରା ପୋଷ୍ଟରେ ଲେଖିଛନ୍ତି ଯେ, ‘ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ପଡ଼ିଆରେ ପ୍ରତ୍ୟେକ ଥର ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା … ଏହା କେତେ ସ୍ବତନ୍ତ୍ର ଥିଲା ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ, କିନ୍ତୁ କୁହାଯାଏ ଯେ, ପ୍ରତ୍ୟେକ ଭଲ ଜିନିଷର ଏକ ଅନ୍ତ ଅଛି, ଏବଂ ଅତ୍ୟନ୍ତ କୃତଜ୍ଞତାର ସହିତ ମୁଁ ଘୋଷଣା କରୁଛି ଯେ ମୁଁ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ନେଇଛି ନିଷ୍ପତ୍ତି ।

What's Your Reaction?

like

dislike

love

funny

angry

sad

wow