ହକି ଇଣ୍ଡିଆ ଶ୍ରେଷ୍ଠ ପୁରୁଷ ଖେଳାଳି ଦୌଡ଼ରେ ୪ ମନୋନୀତ
୨୦୨୫ ଲାଗି ହକି ଇଣ୍ଡିଆର ବାର୍ଷିକ ପୁରସ୍କାର ସମାରୋହ ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ହେବ ଅନୁଷ୍ଠିତ । ଏହା ପୂର୍ବରୁ ବିଭିନ୍ନ ବର୍ଗର ଚୂଡ଼ାନ୍ତ ପର୍ଯ୍ୟାୟରେ ମନୋନୀତ ଖେଳାଳିମାନଙ୍କ ତାଲିକା ପ୍ରକାଶ ପାଇଛି। ସମ୍ମାନଜନକ ‘ବଲବୀର ସିଂହ ବର୍ଷର ଶ୍ରେଷ୍ଠ ବରିଷ୍ଠ ପୁରୁଷ ଖେଳାଳି’ ଦୌଡ଼ରେ ରହିଛନ୍ତି ଫରଓ୍ବାର୍ଡ ସୁଖଜିତ ସିଂହ, ସଂଜୟ, ଡିଫେଣ୍ଡର ଅଭିଷେକ ଓ ମିଡ୍ଫିଲ୍ଡର ହାର୍ଦିକ ସିଂହ। ସେହିପରି ମହିଳା ବର୍ଗରେ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି ସାଲିମା ଟେଟେ, ନବନୀତ କୌର, ଲାଲରେମସାୟାମି ଓ ସବିତା।ଏହି ସମାରୋହ ଲାଗି ଆଠଟି ବର୍ଗରେ ମୋଟ ୩୨ ଖେଳାଳିଙ୍କୁ କରାଯାଇଛି ଚୂଡ଼ାନ୍ତ ମନୋନୟନ । ପ୍ରତି ବର୍ଗରେ ଚାରି ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଥିବାବେଳେ ସେମାନଙ୍କୁ ମଧ୍ୟରୁ ଜଣକୁ ଦିଆଯିବ ପୁରସ୍କାର ।
What's Your Reaction?