ଗିରଫ ହେଲେ ଓଏସ୍‌ଆର୍‌ଟିସି ସିଏଓ

ଗିରଫ ହେଲେ ଓଏସ୍‌ଆର୍‌ଟିସି ସିଏଓ

 ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଓଏସ୍‌ଆର୍‌ଟିସିର ମୂଖ୍ୟ ଆକାଉଣ୍ଟ ଅଧିକାରୀ ବିଜୟ ମଙ୍ଗରାଜଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ତାଙ୍କର ଏକକାଳୀନ ୭ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ବିଜୟଙ୍କର ଖାଲି ଓଡ଼ିଶାରେ ନୁହେଁ କେରଳର ଏର୍ନାକୁଲମ୍‌ରେ ରହିଛି ୨ ମହଲା ବିଶିଷ୍ଟ କୋଠା । ସେହିପରି ଭୁବନେଶ୍ୱରରେ ୨ଟି କୋଠା ଓ ୨ଟି ପ୍ଲଟ୍‌ ଥିବା ବେଳେ ତାଙ୍କଠାରୁ ଜବତ ହୋଇଛି ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା । ସେହିପରି ୫୦୦ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ।