ବନ୍ଦ ହେବ ଡାନ୍ସ ବାର୍ ; ସ୍କୁଲ , କଲେଜ, ମନ୍ଦିର ପାଖାପାଖି ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ
ଓଡିଶାରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ଡ୍ୟାନ୍ସ ବାର୍। ଏନେଇ ଆଜି ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଓଡ଼ିଆ ଅସ୍ମିତାକୁ ନେଇ ଅଣାଯିବ ନୂଆ ଅବକାରୀ ନୀତି । ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ରହିବନି ମଦ ଦୋକାନ । ସେହିପରି ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।ଏହାସହ ଚିକିଟି ମଦମୃତ୍ୟୁ ଘଟଣାରେ ମୃତକଙ୍କ ତଥ୍ୟ ଲୁଚାଯାଇନାହିଁ,ପୋଷ୍ଟମର୍ମଟ ରିପୋର୍ଟ ଆସିଲେ ସବୁ ତଥ୍ୟ ସାର୍ବଜନୀନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
Jangyaseni Parida