ଲୁସାନେ ଡାଇମଣ୍ଡ ଲିଗ୍: ନୀରୋଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ପ୍ୟାରିସ୍ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ତାରକା ନୀରଜ ଚୋପ୍ରା। ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ। ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ କରିଛନ୍ତି ଯୋଗ୍ୟତା ଅର୍ଜନ । ଆସନ୍ତା ମାସରେ ବେଲଜିୟମର ଖେଳାଯିବ ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ୍ । ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବାବେଳେ ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫୋପାଡ଼ି ହୋଇଛନ୍ତି ପ୍ରଥମ। ସେହିପରି ୮୭.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି ଜର୍ମାନୀର ଜୁଲିଆନ୍ ୱେବର।
Jangyaseni Parida