ରୁଷ ବିରୋଧୀ ବିଲ୍କୁ ନେଇ ଆମେରିକାରେ ଅଡୁଆ, ଭାରତ ଉପରେ ୧୦୦% ଟାରିଫ୍ର ଭୟ ସାମୟିକ ଭାବେ ଟଳିପାରେ !
ରୁଷ ବିରୋଧରେ ନୂଆ କଟକଣା ଲଗାଇବାକୁ ଆମେରିକା ଆଣିଥିବା ବିଲ୍କୁ ନେଇ ଏବେ ଅଡୁଆ ସୃଷ୍ଟି ହୋଇଛି। ଆମେରିକା ସିନେଟ୍ରେ ବିଲ୍ଟି ବିପୁଳ ସମର୍ଥନ ପାଇଥିଲେ ମଧ୍ୟ ପ୍ରତିନିଧି ସଭାରେ ଏହାକୁ ନେଇ ମତଭେଦ ଦେଖାଦେଇଛି ।
ରୁଷ ବିରୋଧରେ ନୂଆ କଟକଣା ଲଗାଇବାକୁ ଆମେରିକା ଆଣିଥିବା ବିଲ୍କୁ ନେଇ ଏବେ ଅଡୁଆ ସୃଷ୍ଟି ହୋଇଛି। ଆମେରିକା ସିନେଟ୍ରେ ବିଲ୍ଟି ବିପୁଳ ସମର୍ଥନ ପାଇଥିଲେ ମଧ୍ୟ ପ୍ରତିନିଧି ସଭାରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ତେଣୁ ନଭେମ୍ବର ନିର୍ବାଚନ ପୂର୍ବରୁ ବିଲ୍ଟି ପାସ୍ ହେବା ନେଇ ସନ୍ଦେହ ଦେଖାଦେଇଛି । ବିଲ୍ଟି ଏବେ ଅଟକିଲେ ରୁଷଠାରୁ ତୈଳ କିଣୁଥିବା ଭାରତ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଟାରିଫ୍ ଲଗାଇବାର ଆଶଙ୍କା ମଧ୍ୟ ସାମୟିକ ଭାବେ ଟଳିପାରେ ।
କ’ଣ ରହିଛି ବିଲ୍ରେ?
ରୁଷ ଉପରେ ଚାପ ବଢ଼ାଇବା ପାଇଁ ଏହି ବିଲ୍ ଆଣାଯାଇଛି। ବିଲ୍ ପାସ୍ ହେଲେ ରୁଷଠାରୁ ତୈଳ ଓ ଗ୍ୟାସ୍ କିଣୁଥିବା ପ୍ରମୁଖ ଦେଶ ଉପରେ ଆମେରିକା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇପାରିବ। ଭାରତ, ଚୀନ୍ ଓ ତୁର୍କିଏ ରୁଷଠାରୁ ତୈଳ କିଣୁଥିବା ପ୍ରମୁଖ ଦେଶ ମଧ୍ୟରେ ରହିଛନ୍ତି। ତେଣୁ ଏହି ବିଲ୍ର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ ।
ଆମେରିକା ସିନେଟ୍ରେ ବିଲ୍ଟି ୮୬-୧୧ ଭୋଟ୍ରେ ପାସ୍ ହୋଇଥିଲା। କିନ୍ତୁ ପ୍ରତିନିଧି ସଭାରେ ଏହାକୁ ନେଇ ଏକମତ ହୋଇପାରୁନାହାନ୍ତି ସାଂସଦ । ହାଉସ୍ ସ୍ପିକର ମାଇକ୍ ଜନସନ୍ଙ୍କ କହିବା ଅନୁସାରେ, ନଭେମ୍ବର ୩ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ବିଲ୍ଟି ଭୋଟିଂକୁ ଆସିନପାରେ । ଏହି ବିଲ୍କୁ ନେଇ ଆମେରିକାରେ ତୈଳ ଓ ଗ୍ୟାସ୍ ଦର ବଢ଼ିବା ନେଇ ମଧ୍ୟ ଚିନ୍ତା ରହିଛି। ଭାରତ ଭଳି ଦେଶ ରୁଷଠାରୁ ତୈଳ କିଣିବା ବନ୍ଦ କରି ଅନ୍ୟ ଦେଶରୁ ତୈଳ କିଣିଲେ ବିଶ୍ୱ ବଜାରରେ ତୈଳ ଦର ବଢ଼ିପାରେ ବୋଲି ଆମେରିକୀୟ ସାଂସଦମାନେ ଆଶଙ୍କା କରୁଛନ୍ତି ।
ବିଲ୍କୁ ନେଇ ଡେମୋକ୍ରାଟ୍ ସାଂସଦମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି । ଏହି ଆଇନ ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାରିଫ୍ ଲଗାଇବାର ଅଧିକ କ୍ଷମତା ମିଳିପାରେ ବୋଲି ସେମାନଙ୍କ ଚିନ୍ତା । ଏହି କାରଣରୁ ସିନେଟ୍ରେ ପାସ୍ ହୋଇଥିବା ରୁଷ ବିରୋଧୀ ବିଲ୍ ଏବେ ପ୍ରତିନିଧି ସଭାରେ ଅଟକିବା ଆଶଙ୍କା ରହିଛି । ଏହା ହେଲେ ଭାରତ ଉପରେ ଅତିରିକ୍ତ ଟାରିଫ୍ ଲାଗିବାର ଆଶଙ୍କା ମଧ୍ୟ କିଛି ସମୟ ପାଇଁ ଟଳିପାରେ ।
What's Your Reaction?