ଇତିହାସ ରଚିଲେ କମଲା ହାରିସ

ଇତିହାସ ରଚିଲେ କମଲା ହାରିସ

ଇତିହାସ ରଚିଲେ କମଲା ହାରିସ। ଶାସକ ଡେମୋକ୍ରାଟିକ୍ ପାର୍ଟି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କରିଛି ଘୋଷଣା। ସେ ଏବେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ ସିଧାସଳଖ ଟକ୍କର ।ଶୁକ୍ରବାର ଦିନ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ କମ୍‌ଲା ହାରିସଙ୍କ ନାଁ ବହୁମତ ସହ ହୋଇ ଅନୁମୋଦନ। ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଡେମୋକ୍ରାଟିକ୍ ପାର୍ଟିର ଅଧିକାରୀ। ଏହି ଘୋଷଣା ପରେ ସେ ଆସନ୍ତା ସପ୍ତାହରେ ଦାଖଲ କରିବେ ନିଜ ନାମାଙ୍କନ। ୫ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଦେଇଥିଲେ ଭୋଟ । କମ୍‌ଲା ହାରିସ୍‌ ଥିଲେ ଜଣେ ମାତ୍ର ପ୍ରାର୍ଥୀ । ଫଳରେ ସେ ନିର୍ବିରୋଧ ଭାବେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି।ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଖୁସିବ୍ୟକ୍ତ କରିବା ସହ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ୫୯ ବର୍ଷୀୟା ହାରିସ୍‌ ।