ମୋଦିଙ୍କୁ ପାକିସ୍ତାନ ଯିବାକୁ ଆସିଲା ନିମନ୍ତ୍ରଣ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ଗସ୍ତ କରିବାକୁ କରିଛନ୍ତି ନିମନ୍ତ୍ରଣ। ସରକାରୀ ପରିଷଦ ତଥା ସିଏଚ୍ଜିର ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂଘାଇ ସହଯୋଗ ସଂଗଠନର ଅନ୍ୟ ନେତାଙ୍କ ସହ ନିମନ୍ତ୍ରଣ କରିଛନ୍ତି ଶେହବାଜ। ଏନେଇ ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଇଛି ଯେ, ୧୫ ଓ ୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ ସିଏଚ୍ଜି ବୈଠକ।ଏଥିପାଇଁ ଗତ ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନକୁ କରାଯାଇଛି ନିମନ୍ତ୍ରଣ।ଅନ୍ୟପଟେ ତିକ୍ତ ସମ୍ପର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଯିବେ ନା ଭାରତର ପ୍ରତିନିଧିତ୍ୱ କରିବାକୁ ଇସଲାମାବାଦକୁ ଜଣେ ମନ୍ତ୍ରୀ ପଠାଇବେ ,ବର୍ତ୍ତମାନ ତାହା ଉପରେ ନଜର ରଖିଛି ସମଗ୍ର ବିଶ୍ୱ।
What's Your Reaction?