ବସ୍ ଉପରେ ଆତଙ୍କୀ ଆକ୍ରମଣ, ୨୩ ଯାତ୍ରୀ ମୃତ

ବସ୍ ଉପରେ ଆତଙ୍କୀ ଆକ୍ରମଣ, ୨୩ ଯାତ୍ରୀ ମୃତ

ପାକିସ୍ତାନର ବେଲୁଚିସ୍ତାନ ମୁସାଖେଲ ଜିଲ୍ଲାରେ ନରସଂହାର  । ଟ୍ରକ ଓ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଆଖିବୁଜା ଗୁଳିମାଡ କରିଛନ୍ତି ବନ୍ଧୁକଧାରୀ ଆତତାୟୀ  । ଏହି ଆକ୍ରମଣରେ ଅତି କମରେ ୨୩ ଜଣଙ୍କ ହୋଇଛି ମୃତ୍ୟୁ।ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିବା ମିଳିଛି ସୂଚନା।  ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି।