ଆମେରିକା ଯୋଗୁଁ ଭାରତୀୟ ସେୟାର ମାର୍କେଟ କ୍ରାସ୍

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆମେରିକା ଏବଂ ୟୁରୋପ ସେୟାର ବଜାର ଉପରେ ଦେଖିବାକୁ ମିଳିଛି ଏହାର ବଡ ପ୍ରଭାବ। ୨୦୨୦ କରୋନା ସମୟରେ ସେୟାର ବଜାରରେ ଯେଉଁଭଳି ପ୍ରଭାବ ଦେଖିବାକୁ ମିଳିଥିଲା, ଏବେ ସୃଷ୍ଟି ହୋଇଛି ସେହିପରି ପରିସ୍ଥିତି। ବଡ ବଡ କମ୍ପାନୀ ମାନେ ବିକ୍ରି କରିବାରେ ଲାଗିଛନ୍ତି ସେମାନଙ୍କ ସେୟାର।ଆମାଜନର ସେୟାର ଗୋଟିଏ ଦିନରେ ଖସିଛି ୧୧ ପ୍ରତିଶତ । ସେହିପରି ଆପଲ , ମେଟା, ମାଇକ୍ରୋସଫ୍ଟ, ନିଭିଦା ଆଦି ବଡ ବଡ କମ୍ପାନୀର ସେୟାର ୩ ରୁ ୪ ପ୍ରତିଶତ ଖସିଛି। ଏହା ଫଳରେ ଆମେରିକାର କ୍ୟାପିଟାଲ ମାର୍କେଟ ନାସଦକରେ ଦୁଇ ଦିନରେ ୬ ପ୍ରତିଶତ ଓ ଡାଓ ଜୋନସ୍ ୮ ପ୍ରତିଶତ ହ୍ରାସ ପାଇଛି। ଆମେରିକାର ୯୦ ପ୍ରତିଶତ କମ୍ପାନୀର ସେୟାରରେ ଦେଖିବାକୁ ମିଳିଛି ବଡ ହ୍ରାସ।ଜାପାନର ସେୟାର ମାର୍କେଟ ନିକେଇ-୨୨୫ରେ ଗୋଟିଏ ଦିନରେ ହ୍ରାସ ପାଇଛି ୩ ହଜାର ୮୩୬ ପଏଣ୍ଟ । ଯାହାକି ୧୩ ପ୍ରତିଶତ ବୋଲି କୁହାଯାଉଛି। ଜାପାନରେ ୧୯୮୭ ପରେ ଅର୍ଥାତ୍ ଦୀର୍ଘ ୩୭ ବର୍ଷ ପରେ ଏତେ ବଡ କ୍ରାସ ଗୋଟିଏ ଦିନରେ ହୋଇଛି। ଗୋଟିଏ ଦିନରେ ୨.୮ ଟ୍ରିଲିଅନ ଅର୍ଥାତ୍ ୨୩ ଲକ୍ଷ ୪୬ ହଜାର କୋଟି ଟଙ୍କାର ହୋଇ କ୍ଷତି ଛି।ସେହିପରି ଭାରତରେ ସେୟାର ବଜାରରେ ମଧ୍ୟ ହୋଇଛି ବଡ ହ୍ରାସ । ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଆଇଟି, ଅଟୋମୋବାଇଲ, ବ୍ୟାଙ୍କିଙ୍ଗ, ଟେଲିକମ, ପାୱାର । ଟାଟା, ରିଲାଏନ୍ସ, ଆଦାନୀ, ମାରୁତି, ମହିନ୍ଦ୍ରା, ଇନଫୋସିସର ସେୟାରରେ ୫ ରୁ ୭ ପ୍ରତିଶତ ହ୍ରାସ ପାଇଛି। ଆଜି ଓ ଆସନ୍ତାକାଲି ସେୟାର ମାର୍କେଟ ବନ୍ଦ ରହିଥିବା ବେଳେ ଫ୍ୟୁଚର ମାର୍କେଟରେ ଗିଫ୍ଟ ନିଫ୍ଟି ୪୮୦ ପଏଣ୍ଟ ତଳେ ରହିଛି। ଅର୍ଥାତ୍ ସୋମବାର ଭାରତରେ ପଡ଼ିପାରେ ଏହାର ବଡ ପ୍ରଭାବ । ଜାପାନ ଭଳି ଫ୍ରାନ୍ସ,, ୟୁକେ ଏବଂ ଜର୍ମାନୀ ମାର୍କେଟ ମଧ୍ୟ ସାଙ୍ଘାତିକ ସ୍ତରରେ ତଳକୁ ଖସିଛି। ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ମୁଦ୍ରାସ୍ଫିତିକୁ ଆହୁରି ବଢାଇ ଚାଲିଛି। ତେଣୁ ବିଶ୍ଵ ସ୍ତରରେ ଆଗକୁ ଏକ ବଡ଼ ମାନ୍ଦାବସ୍ଥା ସୃଷ୍ଟି ହେବାର ରହିଛି ସମ୍ଭାବନା ।
What's Your Reaction?






