ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ ଚଳାଚଳ

Aug 3, 2024 - 11:38
 0  3
ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ ଚଳାଚଳ

ମାଲକାନଗିରିରେ ଆଉ ଗଡ଼ିବନାହିଁ ଶୀତତାପନିୟନ୍ତ୍ରିତ ଲକ୍ଷ୍ମୀ ବସ୍। ୬ଟି ରୁଟରେ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି ଆରଟିଓ ବସ୍ । ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ୍ ହୋଇଛି ବାତିଲ। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଶୀତତାପନିୟନ୍ତ୍ରିତ ବସ୍ କରୁଥିଲା ଚଳାଚଳ। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ ପୂର୍ବ ସରକାର। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା। ଏବେ ମାଲକାନଗିରି ଜିଲ୍ଲାରେ ଶୀତତାପନିୟନ୍ତ୍ରିତ ଲକ୍ଷ୍ମୀ ବସ୍ ଚଳାଚଳ କରାଯାଇଛି ବନ୍ଦ।

What's Your Reaction?

like

dislike

love

funny

angry

sad

wow