କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ, ଘଟଣାସ୍ଥଳରେ ୩ ମୃତ
![କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ, ଘଟଣାସ୍ଥଳରେ ୩ ମୃତ](https://kalingascroll.in/uploads/images/202408/image_870x_66adc444cb4de.jpg)
ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୨ କାଉଡିଆ ଓ ଜଣେ ପଥଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ଯରେ ଦୁଇଜଣ କାଉଡିଆ ବାଣପୁର ଅଞ୍ଚଳର ପପୁ ନାୟକ ଓ ରଞ୍ଜିତ ନାୟକ ଏବଂ ଅନ୍ୟ ଜଣେ ମୃତକ ନିକଟସ୍ଥ ଦଲ୍ଲିବାଟି ଗାଁର ମନମାଳି ପାତ୍ର। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରକ। ଖବର ପାଇ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି ଖଲ୍ଲିକୋଟ ଥାନା ପୋଲିସ। ଟ୍ରକଟି ଆନ୍ଧ୍ରରୁ ଭୁବନେଶ୍ବର ଆସୁଥିବାବେଳେ ଦୂର୍ଘଟଣା ଘଟିଥିବା ମିଳିଛି ସୂଚନା । ଟ୍ରକର ଦୁଇ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)