କୋଲକାତାରେ ନବାନ୍ନ ଅଭିଯାନ

Aug 27, 2024 - 15:23
 0  2
କୋଲକାତାରେ ନବାନ୍ନ ଅଭିଯାନ

ଆର.ଜି କର ମେଡିକାଲ କଲେଜ ଏବଂ ହାସପାତାଳରେ ମହିଳା ଡାକ୍ରରଙ୍କ ଦୁଷ୍କର୍ମ-ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ 'ନବାନ୍ନ' ଘେରାଉ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କୁ ନ୍ୟାୟ, ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଓ ମମତାଙ୍କ ଇସ୍ତଫା ଭଳି ତିନୋଟି ଦାବି ନେଇ ରାସ୍ତାକୁ ଓହ୍ଲାଇ ଛାତ୍ର ସଂଗଠନ। ସେମାନଙ୍କ ଦାବି ପୂରା ନହେଲେ ଏହି ଅଭିଯାନ ଜାରି ରହିବ ବୋଲି ଧମକ ଦେଇଛନ୍ତି ଛାତ୍ରମାନେ।କିନ୍ତୁ ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ  ସୃଷ୍ଟି ହୋଇଛି ମୁହାଁମୁହିଁ ସ୍ଥିତି। ଛାତ୍ରଛାତ୍ରୀଙ୍କ ମୁକାବିଲା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ଏହି ମାମଲାରେ ଆଜି ଆଗୁଆ ୪ ଜଣ ଛାତ୍ରଙ୍କୁ ଅଟକ ରଖି ହେପାଜତକୁ ନିଆଯାଇଥିବାବେଳେ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଲାଠି ଚାର୍ଜ କରିଛି ପୁଲିସ। କେବଳ ସେତିକି ନୁହେଁ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛି।  ବିକ୍ଷୋକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ କରି ଦିଆଯାଇଛି ବନ୍ଦ୍।ନିୟୋଜିତ ହୋଇଛନ୍ତି ୬୦୦୦ରୁ ଅଧିକ ପୁଲିସ କର୍ମୀ। ୧୯ଟି ସ୍ଥାନରେ କରାଯାଇଛି ବ୍ୟାରିକେଡିଂ ବ୍ୟାବସ୍ଥା। 

What's Your Reaction?

like

dislike

love

funny

angry

sad

wow