ଭାରତରେ ଟଳିବ ଏଲପିଜି ସଙ୍କଟ
ମଧ୍ଯପ୍ରାଚ୍ୟ ଯୁଦ୍ଧ ଘନଘଟା ଓ LPG ସଂକଟ ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ବସ୍ତି। ଭାରତ ଆସୁଛି ୯୨ ହଜାର ୭୦୦ ମେଟ୍ରିକ୍ ଟନ୍ LPG। ହର୍ମୁଜ ପ୍ରଣାଳୀ ଅତିକ୍ରମ କରିସାରିଛି ଭାରତୀୟ ଗ୍ୟାସ୍ ପରିବହନକାରୀ ଜାହାଜ ଶିବାଲିକ୍ ଓ ନନ୍ଦାଦେବୀ।ଆସନ୍ତାକାଲି କିମ୍ବା ପର ଦିନ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡଲା ପୋର୍ଟରେ ପହଞ୍ଚିବ ଏହି ଜାହାଜ। ଅବଶିଷ୍ଟ ୨୨ଟି ଭାରତୀୟ ଜାହାଜ ଏବେ ରହିଛି ପର୍ସିଆନ୍ ଗଲ୍ଫରେ । ଯେଉଁଠି ୬୧୧ ନାବିକ ଥିବା କହିଛି ବୈଦେଶିକ ମନ୍ତ୍ରାଳୟ। ସେଗୁଡ଼ିକୁ ସୁରକ୍ଷା ଦେବାକୁ ମୈଦାନକୁ ଓହ୍ଲାଇଛି ଭାରତୀୟ ନୌସେନା।
What's Your Reaction?