ନିମେସୁଲାଇଡ୍ ଉପରେ ପ୍ରତିବନ୍ଧକ

Dec 31, 2025 - 17:20
 0  4
ନିମେସୁଲାଇଡ୍ ଉପରେ ପ୍ରତିବନ୍ଧକ

ବହୁଳ ଭାବେ ବ୍ୟବହୃତ ପେନ୍ କିଲର୍ ଔଷଧ ନିମେସୁଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା ୨୬ଏ ଅଧିନରେ ୧୦୦ ମିଲିଗ୍ରାମରୁ ଅଧିକ ନିମେସୁଲାଇଡ୍ ଟାବଲେଟ୍ ଉପରେ ଲଗାଯାଇଛି ଏହି ପ୍ରତିବନ୍ଧକ । ସ୍ୱାସ୍ଥ୍ୟ ବିପଦକୁ ନଜରରେ ରଖି ଏହା ଉପରେ କଟକଣା ଲଗାଇଛନ୍ତି ସରକାର ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରି ବୋର୍ଡର ପରାମର୍ଶ ପରେ ନିଆଯାଇଛି ଏହି ନିଷ୍ପତ୍ତି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ହୋଇପାରେ ବିପଦଜ୍ଜନକ। ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ବଜାରରେ ଉପଲବ୍ଧ ରହିଛି ସୁରକ୍ଷିତ ବିକଳ୍ପ।

What's Your Reaction?

like

dislike

love

funny

angry

sad

wow