ଲଡ଼ୁ ବିବାଦ: ଆଜିଠୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ

ତିରୁପତି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ଜୋର୍ ଧରିଛି ରାଜନୀତି। ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ପାଓ୍ୱାର୍ ଷ୍ଟାର ପବନ କଲ୍ୟାଣ। ୧୧ ଦିନ ଉପବାସ ରହି ସେ କରିବେ ପଶ୍ଚାତାପ । ଆଜିଠୁ ସେ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ' ଗ୍ରହଣ କରିବେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା। ଏଠାରେ ୧୧ ଦିନ ଧରି ସେ କରିବେ ଆନୁଷ୍ଠାନିକ ତପସ୍ୟା । ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି ବୋଲି କହିଛନ୍ତି ପୱନ କଲ୍ୟାଣ।
What's Your Reaction?






