୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ
ଗୋଟିଏ ରାଜ୍ୟସଭା ନିର୍ବାଚନ ଶେଷ ହୋଇନଥିବା ବେଳେ ଏବେ ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମତଦାନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏହି କ୍ରମରେ ନିର୍ବାଚନ ହେବାକୁ ଥିବା ସବୁଠାରୁ ବଡ଼ ରାଜ୍ୟ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ ଓ ମେ' ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ । ସେହିଭଳି ଆସାମ ଓ କେରଳରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଦିନ ହେବ ମତଦାନ । ତାମିଲନାଡ଼ୁରେ ଏପ୍ରିଲ ୨୩ ତାରିଖ ଦିନ ଓ ପୁଡ଼ୁଚେରୀରେ ଏପ୍ରିଲ ୯ ତାରିଖରେ ହେବ ମତଦାନ। ଏସବୁ ରାଜ୍ୟରେ ମତଦାନ ସରିବା ପରେ ମେ' ୪ ତାରିଖରେ ଖୋଲିବ ଇଭିଏମ ।
What's Your Reaction?