କୂଅରେ କାର ଖସି ଗୋଟିଏ ପରିବାରର ୯ଜଣ ମୃତ
ଗଭୀର ପାଣି ଥିବା କୂଅରେ କାର ଖସି ପଡ଼ିବା ଫଳରେ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପୂରା ପରିବାର। ମହାରାଷ୍ଟ୍ର ନାସିକର ଡିଣ୍ଡୋରିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜୀବନ ଯାଇଛି ୯ ଜଣଙ୍କର । ମୃତକଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ଛୋଟ ପିଲା ଏବଂ ଦୁଇ ଜଣ ମହିଳା।ଇନ୍ଦୋର ଗାଁର ସୁନୀଲ ଦାର୍ଗୁଡେଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ପାରିବାରିକ ଉତ୍ସବରୁ ଘରକୁ ଫେରୁଥିବା ସମୟରେ ଘଟିଥିଲା ଦୁର୍ଘଟଣା। ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିବା କରାଯାଉଛି ଅନୁମାନ ।
What's Your Reaction?