ଗାନ୍ଧୀ ପରିବାର ଉପରେ ସୋସିଆଲ ମିଡିଆରେ ପୋଷ୍ଟ ବଢ଼ାଇଲା କଙ୍ଗନାଙ୍କ ଅଡ଼ୁଆ
ଗାନ୍ଧୀ ପରିବାରକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଭ୍ରମାତ୍ମକ ପୋଷ୍ଟ କରିଥିବା ଅଭିଯୋଗରେ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶ ପୁଲିସ ଏକ ମାମଲା ରୁଜୁ କରିଛି। ଶିମଲାର ବାସିନ୍ଦା ଅବସରପ୍ରାପ୍ତ କ୍ୟାପ୍ଟେନ୍ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଗତ ଶୁକ୍ରବାର...
ଗାନ୍ଧୀ ପରିବାରକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଭ୍ରମାତ୍ମକ ପୋଷ୍ଟ କରିଥିବା ଅଭିଯୋଗରେ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶ ପୁଲିସ ଏକ ମାମଲା ରୁଜୁ କରିଛି। ଶିମଲାର ବାସିନ୍ଦା ଅବସରପ୍ରାପ୍ତ କ୍ୟାପ୍ଟେନ୍ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଗତ ଶୁକ୍ରବାର ବାଲୁଗଞ୍ଜ ଥାନାରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ନେଇ ଶିମଲା ପୁଲିସ ସ୍ପଷ୍ଟ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ଗତ ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କର ଦୁଇ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଇଙ୍ଗିତ କରିଥିଲେ। ଏପରିକି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଜଣେ ରହସ୍ୟମୟୀ ବିଦେଶୀ ନାଗରିକ ଭାବେ ବର୍ଣ୍ଣନା କରିବା ସହ ପରିବାରର ସଦସ୍ୟମାନେ ଜଣକ ପରେ ଜଣେ ପ୍ରାଣ ହରାଇବା ପରେ ସେ କିଭଳି ସୁବିଧାରେ ସରକାରଙ୍କ ମୁଖ୍ୟ ପାଲଟିଗଲେ, ସେନେଇ କଟାକ୍ଷ କରାଯାଇଥିଲା। ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀଙ୍କୁ ପରିବାରରୁ ବାହାର କରିଦିଆଯାଇଥିବା କଥା ମଧ୍ୟ ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଥିଲା।
ମାମଲା ରୁଜୁ କରି ଡିଜିଟାଲ୍ ପ୍ରମାଣ ସଂଗ୍ରହ
ଏହି ବୟାନ ସାଧାରଣ ରାଜନୈତିକ ସମାଲୋଚନାର ସୀମା ଟପି ସମାଜରେ ବିଦ୍ୱେଷ ଓ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ଥିବା ଅତୁଲ ଶର୍ମା ଅଭିଯୋଗ କରିଛନ୍ତି। ଗୁରୁବାର ରାତିରେ ସେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଇମେଲ୍ ଯୋଗେ ଅଭିଯୋଗ ପଠାଇ ତୁରନ୍ତ ଏତଲା ରୁଜୁ କରିବା ସହ ପୋଷ୍ଟର ସାଇବର-ଫୋରେନସିକ୍ ତଦନ୍ତ ଦାବି କରିଥିଲେ। ପୁଲିସ ଏହି ଘଟଣାରେ ବିଏନଏସ୍ ଧାରା ଅଧୀନରେ ମାମଲା ରୁଜୁ କରି ଡିଜିଟାଲ୍ ପ୍ରମାଣ ସଂଗ୍ରହ କରୁଛି। ସୂଚନାଯୋଗ୍ୟ ଯେ, ୧୯୮୧ ମସିହାର ଗାନ୍ଧୀ ପରିବାରର ଏକ ପୁରୁଣା ରାତ୍ରିଭୋଜନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ''ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍'' ଉନ୍ମୋଚିତ ହେବା ଦିନ ହିଁ କଙ୍ଗନା ଏହି ବିବାଦୀୟ ପୋଷ୍ଟ କରିଥିଲେ।
What's Your Reaction?