ମାଲକାନଗିରିରେ ବନ୍ୟପ୍ରାଣୀ ଚୋରାଚାଲାଣ ଉଦ୍ୟମ ପଣ୍ଡ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Nov 14, 2026 - 12:59
ମାଲକାନଗିରିରେ ବନ୍ୟପ୍ରାଣୀ ଚୋରାଚାଲାଣ ଉଦ୍ୟମ ପଣ୍ଡ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ମାଲକାନଗିରି ଜିଲ୍ଲାରେ ବନ୍ୟପ୍ରାଣୀ ଚୋରାଚାଲାଣ ଉଦ୍ୟମକୁ ବନ ବିଭାଗ ପଣ୍ଡ କରିବାରେ ସଫଳହୋଇଛି। ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନେଇ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ କାବୁ କରିଛନ୍ତି।

 ମାଲକାନଗିରି ଜିଲ୍ଲାରେ ବନ୍ୟପ୍ରାଣୀ ଚୋରାଚାଲାଣ ଉଦ୍ୟମକୁ ବନ ବିଭାଗ ପଣ୍ଡ କରିବାରେ ସଫଳହୋଇଛି। ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନେଇ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ କାବୁ କରିଛନ୍ତି।

ବନ ବିଭାଗର ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ମାଲକାନଗିରି ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୋଇଲିପାରି ଗ୍ରାମ ନିକଟ ରାଜ୍ୟ ରାଜପଥରେ ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନିଆଯାଉଥିବା ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ବନ ବିଭାଗ କର୍ମଚାରୀମାନେ ପିଛା କରି ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଗିରଫ ବ୍ୟକ୍ତି ଜଣକ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଦୁଲାମଣ୍ଡି ଗ୍ରାମର ୩୯ ବର୍ଷୀୟ ପେଣ୍ଡାୟା କାକର। ତାଙ୍କ ପିତାଙ୍କ ନାମ ଗଙ୍ଗାୟା କାକର ବୋଲି ଜଣାପଡ଼ିଛି।

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପରେ ତାଙ୍କୁ ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି। ଘଟଣାରେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow